ଏ.କେ ବ୍ୟୁରୋ : ଗଞ୍ଜାମ ହିଞ୍ଜିଳି ବ୍ଲକ ଗଣ୍ଡଳା ଗ୍ରାମପଞ୍ଚାୟତର ଭାରତୀୟ ବାୟୁସେନା ଯବାନ ଶ୍ରୀ ଚିଣ୍ଟୁ ସେଠୀଙ୍କ ସଡ଼କ ଦୁର୍ଘଟଣା ରେ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆଜି ତାଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିବା ପରେ ଗାଁରେ ସୃଷ୍ଟି ହୋଇଥିଲା ଏକ ହୃଦୟବିଦାରକ ପରିବେଶ। ଜ୍ଞାତିକୁଟୁମ୍ବ, ବନ୍ଧୁବାନ୍ଧବ ଓ ଗ୍ରାମବାସୀଙ୍କ ଆଖିର ଲୁହରେ ଭିଜିଥିଲା ସାରା ପରିବେଶ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଦେଶମାତୃକାର ସେବାରେ ନିୟୋଜିତ ଜଣେ ଯବାନଙ୍କ ଏପରି ଅକାଳ ବିୟୋଗ ଏକ ଅପୂରଣୀୟ କ୍ଷତି। ତାଙ୍କର ବିୟୋଗରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଈଶ୍ୱର ଏହି ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ।






