ଏ.କେ ବ୍ୟୁରୋ : ବିଳାସପୁର ସୋମନାଥ ମନ୍ଦିରରେ ମହାଜଳାଭିଷେକ ଓ ଏକ ଲକ୍ଷ ବେଲପତ୍ର ଅର୍ପଣ ଉତ୍ସବ ଅନୁଷ୍ଠିତ । କଣ୍ଟାମାଳ ବ୍ଳକ ଅନ୍ତର୍ଗତ ବିଳାସପୁର ଗ୍ରାମ ପଞ୍ଚାୟତସ୍ଥିତ ପ୍ରସିଦ୍ଧ ସୋମନାଥ ମନ୍ଦିର ପରିସରରେ ଆଜି ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଳାସପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ପ୍ରଭୁ ସୋମନାଥଙ୍କ ପାଖରେ ମହାଜଳାଭିଷେକ ଏବଂ ଏକ ଲକ୍ଷ ବେଲପତ୍ର ଅର୍ପଣ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଛି।

ଆଜି ସକାଳ ୫.୦୦ ଘଟିକାରୁ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଏକ ବିଶାଳ କଳସ ଯାତ୍ରା ବାହାରି ମନ୍ଦିର ପରିସରରେ ପହଞ୍ଚିବା ପରେ ପ୍ରଭୁ ସୋମନାଥଙ୍କର ମହାଜଳାଭିଷେକ କାର୍ଯ୍ୟକ୍ରମ ସକାଳ ୭.୩୦ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ସକାଳ ୧୦.୦୦ ଘଟିକାରୁ ମୁଖ୍ୟ ପୂଜାର୍ଚ୍ଚନା ସହ ପ୍ରଭୁଙ୍କ ନିକଟରେ ‘ଏକ ଲକ୍ଷ ବେଲପତ୍ର ଅର୍ପଣ’ କାର୍ଯ୍ୟକ୍ରମ ଅପରାହ୍ନ ୧.୦୦ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ଶତାଧିକ ଭକ୍ତଙ୍କ ହରିବୋଲ ଓ ଶିବନାମ ଜପରେ ସମଗ୍ର ଅଞ୍ଚଳ ମୁଖରିତ ହୋଇଉଠିଥିଲା।

ଆୟୋଜକଙ୍କ ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆୟୋଜକ କମିଟିର ଜ୍ଞାନେନ୍ଦ୍ର ମେଣ୍ଡିଲି, ନିଳାମ୍ଵର ଶମାରୀ, ସ୍ଵାଧୀନ ସାହୁ, ଓ ବିଦ୍ୟାଧର ରଣାଙ୍କ ସମେତ ବିଳାସପୁର ଗ୍ରାମବାସୀ ସକ୍ରିୟ ଯୋଗଦାନ କରିଥିଲେ
କଣ୍ଟାମାଳରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






