ଗଣିଆ – ଗଣିଆ ବ୍ଲକ ଆଡକଟା ପଞ୍ଚାୟତ କେନ୍ଦୁଆବିଡା ଗ୍ରାମରେ ପଞ୍ଚବିଂଶ ତମ ବାର୍ଷିକ ଉତ୍ସବ,ଭାଗବତ ସପ୍ତାଙ୍ଗ ଏବଂ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କୁଆଁରିଆ ନଦୀରେ ପୂଜାର୍ଚ୍ଚନା କରାଯାଇ ଖୋଳ କୀର୍ତ୍ତନ କରି ଏକ ବିଶାଳ ଶୋଭାଯାତ୍ରାରେ ୧୦୮ କଳସ ଧରି ଗ୍ରାମ ପରିକ୍ରମା କରି ମନ୍ଦିର ପରିସରରେ ପହଞ୍ଚି ଥିଲେ ।
ସେଠାରେ ଅଧିବାସ, ଅଙ୍କୁରାରୋପଣ କାର୍ଯ୍ୟ ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିବା ବେଳେ ଅପରାହ୍ନରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ,ଆଡଟାର ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ,ଗ୍ରାମ କମିଟି ସଭାପତିଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।






