AK ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିବାଦ । ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ ବିରୋଧରେ ଏଫଆଆର ଦାବି କଲେ ସାମାଜିକ କର୍ମୀ । ରାଜସ୍ଥାନ ରୟାଲ୍ସ ଶିଶୁ ଶ୍ରମିକ ନିୟମର ଉଲଙ୍ଘନ କରୁଥିବା ଅଭିଯୋଗ । ଚଳିତ ଆଇପିଏଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ରାଜସ୍ଥାନ ପାଇଁ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ଖେଳିଥିବା ମ୍ୟାଚଗୁଡ଼ିକରେ ସେ ଅସାଧାରଣ ପ୍ରଦର୍ଶନ କରିଛନ୍ତି । ବୈଭବଙ୍କ ପାଇଁ ରାଜସ୍ଥାନ ପ୍ଲେଅଫ୍ ଯୋଗ୍ୟତା ହାସଲ କରିବାର ନିକଟତର ହୋଇଛି କିନ୍ତୁ ଏହି ସମୟରେ ବୈଭବଙ୍କ କାରଣରୁ ରାଜସ୍ଥାନ ଏକ ନୂଆ ବିବାଦରେ ଫସିବାରେ ଲାଗିଛି ।

ସୋସିଆଲ୍ ମିଡିଆରେ ଜଣେ ସାମାଜିକ କର୍ମୀ ରାଜସ୍ଥାନ ରୟାଲ୍ସ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଟିମ୍ ୧୫ ବର୍ଷର ପିଲାଙ୍କୁ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରାଉଛି । ଫ୍ରାଞ୍ଚାଇଜି ବିରୋଧରେ ପୁଲିସ୍ କେସ୍ ହେବା ଉଚିତ୍ । ଭାଇରାଲ୍ ଭିଡିଓଟି କର୍ଣ୍ଣାଟକର ଜଣେ ସାମାଜିକ କର୍ମୀ ବୋଲି କୁହାଯାଉଛି । ଏହି ଭିଡିଓରେ ସେ ବୈଭବଙ୍କୁ ଏବେ ପଢ଼ା ଉପରେ ଧ୍ୟାନ ଦେବା ଉଚିତ୍ ବୋଲି କହିଛନ୍ତି । ଶ୍ରମ କମିଶନକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ଆଇପିଏଲ୍ ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀ ରନ୍ ସଂଗ୍ରହରେ ଚତୁର୍ଥ ସ୍ଥାନରେ ଅଛନ୍ତି । ସେ ଏପର୍ଯ୍ୟନ୍ତ ସିଜନରେ ୧୦ଟି ମ୍ୟାଚ ଖେଳି ୪୦୪ ରନ୍ କରିଛନ୍ତି । ରାଜସ୍ଥାନ ପାଇଁ ଏହି ସିଜନରେ ସେ ୨ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ହାସଲ କରିଛନ୍ତି ।






