ଏ.କେ ବ୍ୟୁରୋ : କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖଟଖଟିଆ ଗ୍ରାମ ପଞ୍ଚାୟତର କୁମରକେଲି ଗ୍ରାମର ବୋରୱେଲ ଲାଇନ୍ ଟ୍ରାନ୍ସଫର୍ମରର କିଛି ଅଂଶ ଖରାପ ହୋଇଯାଇଛି। ଗତ ୧୦ ରୁ ୧୨ ଦିନ ହେବ ତଥା ଚାଷୀମାନେ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ କେହି ଶୁଣୁନାହାଁନ୍ତି।

ଅଭିଯୋଗ କଲେ ସମ୍ପୃକ୍ତ ଅଧିକାରୀ କହୁଛନ୍ତି “ଆମ ଟିମ୍ ଆଜି କାଲି ଯାଇ ଠିକ୍ କରିଦେବ” କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଆସି ନାହାଁନ୍ତି। ପ୍ରତି ମାସରେ ବିଦ୍ୟୁତ୍ ବିଲ୍ ସମୟ ପୂର୍ବରୁ ପୈଠ କରାଯାଉଛି। ହେଲେ ଯେତେବେଳେ ଚାଷ ଜମିକୁ ପାଣି ଦରକାର, ସେତେବେଳେ ଟ୍ରାନ୍ସଫର୍ମର ଅଚଳ। ଫଳରେ ଜମି ସବୁ ଶୁଖିଲା ହୋଇ ଯାଇଛି। ଚାଷୀର ଦୁଃଖ କିଏ ବୁଝିବ? ଏଭଳି ପରିସ୍ଥିତିରେ ବାଧ୍ୟ ହୋଇ ଚାଷୀ ଆତ୍ମହତ୍ୟା ପାଇଁ ବାଧ୍ୟ ହେଉଛି। ତେଣୁ ପ୍ରଶାସନ ଓ ବିଦ୍ୟୁତ୍ ବିଭାଗର ଉଚ୍ଚ ଅଧିକାରୀ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଟ୍ରାନ୍ସଫର୍ମର ର ମରାମତି କରିବାକୁ କୁମରକେଲି ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ।






