ଏ.କେ ବ୍ୟୁରୋ : ବୌଦ୍ଧ ଜିଲ୍ଲା ବୁଟୁପାଲି ଶ୍ରୀ ରାଧା କୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଗୋ-ସଂମ୍ମାନ ଆହ୍ୱାନ ଅଭିଯାନ ନିମନ୍ତେ ବୌଦ୍ଧ ବୁଟୁପାଲି ସ୍ଥିତ ଶ୍ରୀ ରାଧା ମାଧବ ସେବାଶ୍ରମର ମୁଖ୍ୟ ଆଚାର୍ଯ୍ୟ ବ୍ରହ୍ମଚାରୀ ଆଦିତ୍ୟ ଦାସ ଜୀ ଙ୍କ ନେତୃତ୍ୱରେ ମୁଖ୍ୟବକ୍ତା ଭାବେ ସୁଦୂର ରାଜସ୍ଥାନ ପଥମେଢ଼ା ଗୋଶାଳା ଗୋ ସନ୍ଥ ଗୋପାଳlନନ୍ଦ ସ୍ୱରସ୍ବତୀ ଯୋଗ ଦେଇ ଗୋ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ ଓ ଆସନ୍ତା ଡିସେମ୍ବର 17 ତାରିଖରେ ଭୁବନେଶ୍ୱର ଠାରେ ବିପୁଳ ସଂଖ୍ୟାରେ ଯୋଗଦେଇ ଓଡିଶା ସରକାରଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଶୋଭାଯାତ୍ରା ସହିତ ଦାବିପତ୍ର ପ୍ରଦାନ କରାଯିବ କାର୍ଯ୍ୟକ୍ରମ ରହିଛି l

ଏହି ଅଭିଯାନରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ସାଧୂସନ୍ଥ, ଗୋଭକ୍ତ ମାନେ ଯୋଗଦେଇ ଗୋ -ସଂମ୍ମାନ ସହିତ ଗୋମାତାଙ୍କୁ ରାଷ୍ଟ୍ରମାତା ମାନ୍ୟତା, ଗୋ ହତ୍ୟା ବନ୍ଦ ଇତ୍ୟାଦି ଦାବୀ ରହିବ ବୋଲି ସୂଚନା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବର କନିଆ ମଠର ମହନ୍ତ ଲଷ୍ମଣ ଦାସ ମଞ୍ଚସିନ ଥିବାବେଳେ,ସାଧୁ ଶ୍ରୀମଦ ମହର୍ଷି କମଳ ମହାପ୍ରଭୁ ,ସିଆରିଆ ମଠ ମହନ୍ତ ଜଗବନ୍ଧୁ ଦାସ, ଗୋଭକ୍ତ ଖଗେଶ୍ୱର ବାନପ୍ରସ୍ତି,ମହାନଦୀ ଆଳତୀ ଘାଟର ପୃଷ୍ଟୋପୋଷକ ତଥା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ, ଜିଲ୍ଲା ପ୍ରବକ୍ତା ସଂଘ ସଭାପତି ଗୌରୀ ପ୍ରସାଦ ସାହୁ, ଡ଼ମ୍ବରୁଗଡ଼ ମଠ ପରିଚାଳନା କମିଟି ସଭାପତି ପୟୋଧର ମହାକୁଳ ଓ ସଦସ୍ୟ ଶିବ କର୍ମୀ, ମାହେଶ୍ୱରୀ ଗୋଶାଳା , ସମ୍ପାଦକ କୃତ୍ତିବାସ ପଲିଆ, ବଜରଙ୍ଗ ଦଳରୁ ଅଭିଜିତ କୁମାର ମହାପାତ୍ର ପ୍ରମୁଖ ସାମିଲ ଥିବାବେଳେ ଏଥିରେ ବୁଟୁପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିର କମିଟି ଓ ଶ୍ରୀ ରାଧାମାଧବ ସେବା ଶ୍ରମର ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ l






