ଏ.କେ ବ୍ୟୁରୋ : ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର, ଚିତ୍ରକଳା ଓ ଏକକ ଅଭିନୟରେ ପ୍ରତିଭା ପ୍ରଦର୍ଶନର ମିଲିଳା ସୁଯୋଗ ବ୍ରହ୍ମପୁର ସହରରେ ଲୁକାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରି ଏକ ବୃହତ୍ ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆୟୋଜିତ ହେଲା ବହୁ ପ୍ରତୀକ୍ଷିତ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ବ୍ରହ୍ମପୁର ଗଟ୍ ଟାଲେଣ୍ଟ’। ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର, ଚିତ୍ରକଳା ଓ ଏକକ ଅଭିନୟ ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବ୍ରହ୍ମପୁର ତଥା ଆଖପାଖ ଅଞ୍ଚଳର ପ୍ରତିଭାବାନ କଳାକାରମାନେ ଏହି ମଞ୍ଚରେ ନିଜର ପ୍ରତିଭା ଓ ସୃଜନଶୀଳତା ପ୍ରଦର୍ଶନ କରିବାର ସୁଯୋଗ ପାଇଲେ।

କାର୍ଯ୍ୟକ୍ରମରେ କଳା, ସଂସ୍କୃତି ଓ ସମାଜର ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ବିଚାରକ ମଣ୍ଡଳୀ ଭିତରେ ବିଶିଷ୍ଟ ନୃତ୍ୟ ଶିଳ୍ପୀ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପ୍ରାଧ୍ୟାପିକା ସୁଶ୍ରୀ ଅସ୍ମିତା ବେଉରା, ସ୍ୱସ୍ତି ସୁନ୍ଦର ସିଅ ,ପ୍ରିନ୍ସ ଡାନ୍ସ ଗ୍ରୁପ ର ନୃତ୍ୟ ଗୁରୁ କ୍ରିଷ୍ଣା ରେଡ୍ଡୀ ଯୋଗ ଦେଇଥିଲେ । ଏହି କାର୍ଯ୍ଯକ୍ରମ ରେ ୧୦୦ ଜଣ ଭାଗ ନେଇଥିଲେ।ଏହି କାର୍ଯ୍ୟକ୍ରମରେ କାହ୍ନା ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ସୁଚିସ୍ମିତା ଶର୍ମା, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ର ଅଧ୍ୟାପକ ଡ଼. ବନମାଳୀ ପାଣିଗ୍ରାହୀ, ଫୋରମ୍ ର ମୁଖ୍ୟ ସୂରଜ କୁମାର ଦାଶ ଅତିଥି ଭାବେ ଯୋଗ ଦେଇଥିଲେ । ନୂତନ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବା ସହ ଯୁବପିଢ଼ି ମଧ୍ୟରେ କଳା ଓ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଆୟୋଜନର ମୁଖ୍ୟ ଲକ୍ଷ୍ୟ ଥିଲା । ବ୍ରାଣ୍ଡ ଜୋନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ଗୁରୁକୁଳ ଇଣ୍ଟରନେସନାଲ ସ୍କୁଲ, ଏସପି ଡେଣ୍ଟାଲ କେୟାର, ବିଗ୍ ବି ଇଭେଣ୍ଟ, ରୀତି ବସ୍ତ୍ର, ଜିଏସ କନ୍ସଲ୍ଟାନ୍ସୀ, ରବି ପ୍ୟୁରିଫାୟାର, କ୍ୟାସିଫାଏ, ବ୍ରାଣ୍ଡ ସୋସାଇଟି,ହାଇଡ୍ରୋଟେକ୍, ଲକ୍ସମି ନାରାୟଣ ମୋଟର୍ସ ବ୍ରହ୍ମପୁର ପକ୍ଷରୁ ସହଯୋଗ ପ୍ରଦାନ କରାଯାଇଥିଲ।ଏହି କାର୍ଯ୍ୟକ୍ରମ କୁ ବ୍ରାଣ୍ଡ ଜୋନ ର ନିର୍ଦେଶକ ସାଗର ଦାଶ ଆୟୋଜନ କରିଥିବା ବେଳେ ଉପସ୍ଥାପିକା ସ୍ମୃତି ସ୍ୱରୂପା ନାୟକ ଏବଂ ଟିମ୍ ସହଯୋଗ କରିଥିଲେ।






