ଏ.କେ ବ୍ୟୁରୋ : ମନମୁଣ୍ଡା ଥାନା ପୋଲିସ ଷ୍ଟାଫ୍ ଯୋଗୀନ୍ଦ୍ରପୁର, ଖଟଖଟିଆ, ପଲଶାଗୋରା ଓ ଗବଯୋର ଗ୍ରାମାଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ସାନମନମୁଣ୍ଡା ନିକଟରୁ ଏକ ଧଳା ରଙ୍ଗର ବୋଲେରୋ ପିକ୍ଅପ୍ (OD-05BV-5994) କୁ ଅଟକାଇ ତଲାସି ନେଇଥିଲେ। ଗାଡ଼ି ଡାଲାରୁ ୨ଟି ଜରି ବସ୍ତାରେ ବେଆଇନ ଭାବେ ପରିବହନ ହେଉଥିବା ୯୦ କିଲୋ ୪୬୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।
ଅଭିଯୁକ୍ତମାନେ:
୧. ପ୍ରଦୀପ ବେହେରା (୩୦), ପିତା- ପ୍ରହଲ୍ଲାଦ ବେହେରା, ଗ୍ରାମ- ବିଜିଗୋଠ, ଥାନା- ଖମାର, ଜିଲ୍ଲା- ଅନୁଗୋଳ।
୨. ନନ୍ଦଲାଳ ହେଶର (୩୨), ପିତା- ସତିଶ ହେଶର, ଗ୍ରାମ- ବେନିପଥର, ଥାନା- ଖମାର, ଜିଲ୍ଲା- ଅନୁଗୋଳ।
ଘଟଣାସ୍ଥଳରେ ଏଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ସାକ୍ଷୀମାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଜବତ କରାଯିବା ସହ, ବୋଲେରୋ ପିକ୍ଅପ୍ ଗାଡ଼ି ଓ ୨ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି
କଣ୍ଟାମାଳରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣ ଙ୍କ ରିପୋର୍ଟ ଆପଣଙ୍କ ଖବର






