ଏ.କେ ବ୍ୟୁରୋ : ମହିଳା ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ । ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୃତ୍ତ । କଟକ ତାଳଦଣ୍ଡା କେନାଲ ଉପର ଦେଇ ଯାଇଥିବା ଜାତୀୟ ରାଜପଥର ଓଭର ବ୍ରିଜ୍ ଉପରେ ଲୁଟ୍ ହୋଇଛି ।

ଏନେଇ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି ମହିଳା । ମହିଳା ଜଣକ ସୁନା କିଣିବାକୁ ବସରେ କୋଲକାତା ଯାଇଥାନ୍ତେ । ଜଣେ ଦୋକାନ କର୍ମଚାରୀଙ୍କ ସାଙ୍ଗରେ ବସଷ୍ଟାଣ୍ଡ ଯାଉଥିଲେ । ରାସ୍ତାରେ ଆକ୍ରମଣ କରି ଟଙ୍କା ନେଇଯାଇଛନ୍ତି ଲୁଟେରା । ଅଭିଯୋଗ ପରେ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ ।






