ଏ.କେ ବ୍ୟୁରୋ : ଆଜି ମାନବ ସେବାଶ୍ରମରେ ସୁଦୂର ଭୁବନେଶ୍ୱରରୁ ଆସି ପହଞ୍ଚିଥିଲେ ଜଣାଶୁଣା ୟୁଟୁବର ପ୍ରିୟବ୍ରତ ସ୍ୱାଇଁ (ପ୍ରିନ୍ସ)। ସେ ଆଶ୍ରମର ଅନ୍ତେବାସୀମାନଙ୍କୁ ସକାଳର ଜଳଖିଆ ପ୍ରଦାନ କରିବା ସହିତ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।

ଏହି ଅବସରରେ ପ୍ରିନ୍ସ ଆଶ୍ରମର ଅନ୍ତେବାସୀମାନଙ୍କ ସହ ମିଶି କିଛି ସମୟ ଖୁସିରେ ବିତାଇଥିଲେ। ତାଙ୍କର ଏହି ସେବା ଓ ମାନବିକତା ପାଇଁ ଆଶ୍ରମର ଅନ୍ତେବାସୀମାନେ ତାଙ୍କୁ ଢେର ସାରା ଭଲପାଇବା ଓ ଆଶୀର୍ବାଦ ଦେଇଥିଲେ।ସେମାନେ ପ୍ରିନ୍ସ ଓ ତାଙ୍କ ପରିବାରର ଚଲାପଥ ସଦା କୁସୁମିତ ହେଉ ଏବଂ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ବୋଲି ଶୁଭକାମନା ଜଣାଇଥିଲେ।
ମାନବ ସେବା ହିଁ ମହାନ ସେବା। ଏଭଳି ମାନବିକ ପ୍ରୟାସ ସମାଜ ପାଇଁ ନିଶ୍ଚିତ ଭାବେ ଏକ ସୁନ୍ଦର ଉଦାହରଣ।






