AK ୨୬ ବର୍ଷୀୟ ଲେଫ୍ଟନାଣ୍ଟ ବିନୟ ଏବଂ ତାଙ୍କ ପତ୍ନୀ ହିମାଂଶୀ ହନିମୁନ ପାଇଁ ଯାଇଥିଲେ । ପହଲଗାମରେ ସେମାନଙ୍କ ବିନୟଙ୍କ ପିତା, ରାଜେଶ ନରୱାଲ, ତାଙ୍କ ପୁଅକୁ ଲୁହଭରା ଆଖିରେ ମନେ ପକାଇ କହିଛନ୍ତି ବିନୟ ପରିବାର ପାଇଁ ଅନେକ ଯୋଜନା କରିଥିଲେ, ଯାହାକୁ ସେ ଏକ ଡାଏରୀରେ ଲିପିବଦ୍ଧ କରିଥିଲେ । ସେ କହିଥିଲେ ଯେ ଯେଉଁଦିନ ଆମେ ଏହି ହୃଦୟବିଦାରକ ଖବର ପାଇଲୁ, ସେହି ଦିନ ଆମ ପାଇଁ ଜୀବନ ପ୍ରକୃତରେ ଶେଷ ହୋଇଗଲା ।

ପହଲଗାମ ଆକ୍ରମଣରେ ଯୁବ ଭାରତୀୟ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ଜୀବନ ଯାଇଥିଲା । ୨୬ ବର୍ଷୀୟ ଲେଫ୍ଟନାଣ୍ଟ ବିନୟ ଏବଂ ତାଙ୍କ ପତ୍ନୀ ହିମାଂଶୀ ହନିମୁନ ପାଇଁ ଯାଇଥିଲେ। ପହଲଗାମରେ ସେମାନଙ୍କ ବିନୟଙ୍କ ପିତା, ରାଜେଶ ନରୱାଲ, ତାଙ୍କ ପୁଅକୁ ଲୁହଭରା ଆଖିରେ ମନେ ପକାଇ କହିଛନ୍ତି ବିନୟ ପରିବାର ପାଇଁ ଅନେକ ଯୋଜନା କରିଥିଲେ, ଯାହାକୁ ସେ ଏକ ଡାଏରୀରେ ଲିପିବଦ୍ଧ କରିଥିଲେ। ସେ କହିଥିଲେ ଯେ ଯେଉଁଦିନ ଆମେ ଏହି ହୃଦୟବିଦାରକ ଖବର ପାଇଲୁ, ସେହି ଦିନ ଆମ ପାଇଁ ଜୀବନ ପ୍ରକୃତରେ ଶେଷ ହୋଇଗଲା। ଜଣେ ପିତାଙ୍କ ପାଇଁ, ପୁଅକୁ ହରାଇବା ସବୁଠାରୁ ବଡ଼ ଦୁଃଖ ଆଉ କ’ଣ ହୋଇପାରେ? ଏହି ଯନ୍ତ୍ରଣା ତାଙ୍କ ସହିତ ଜୀବନ ସାରା ରହିବ। ମୋ ପୁଅ ସହିତ, ଆମର ଖୁସି ମଧ୍ୟ ଚାଲିଗଲା ।
ବିନୟ ନରୱାଲଙ୍କ ପିତା କହିଛନ୍ତି ଯେ ଏହି ଦୁଃଖର ମୁହୂର୍ତ୍ତରେ ମଧ୍ୟ ପରିବାର ଭାରତୀୟ ସେନା ଏବଂ ସରକାରଙ୍କ ଉପରେ ଗର୍ବିତ । ରାଜେଶ ନରୱାଲ ଗତ ବର୍ଷ ମେ ମାସରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ସରକାର ଦୋଷୀମାନଙ୍କୁ କଠୋର ଶିକ୍ଷା ଦେଇ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ସେ ଆଶା ପ୍ରକାଶ କରିଛନ୍ତି ଯେ ଏପରି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପରେ, ଶତ୍ରୁ ପୁଣି ଏପରି ଚେଷ୍ଟା କରିବା ପୂର୍ବରୁ ଦୁଇଥର ଚିନ୍ତା କରିବ ।






