ଏ.କେ ବ୍ୟୁରୋ : ଡିଲରସିପ୍ ଦେବାକୁ କହି ୪ ଲକ୍ଷ ଟଙ୍କା ଠକି ନେଇଥିବା ସାଇବର ଠକ ରାଉରକେଲାର ମହମ୍ମଦ ଚାନ୍ଦ ଆଲାମ(୨୫)କୁ ଗିରଫ କରିଛି ଅନୁଗୋଳ ସାଇବର ଥାନା ପୋଲିସ । ତା ନିକଟରୁ ଗୋଟିଏ ଲାପ୍ଟପ୍, ମୋବାଇଲ୍ ଫୋନ୍, କ୍ରେଡିଟ୍ କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି।ସୂଚନା ଯେ, ଗତ ଜାନୁଆରି ମାସରେ ଜଣେ ବ୍ୟକ୍ତି ଏକ ଘରୋଇ କଂପାନିର ଡିଲରସିପ୍ ନେବାକୁ ଚାହୁଁଥିଲେ

ଏଥିପାଇଁ ସେ ଅନ୍ଲାଇନ୍ରୁ ନମ୍ବର ଆଣି ଯୋଗାଯୋଗ କରିଥିଲେ । କିନ୍ତୁ ଠକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ।ସାଇବର ଠକ ତାଙ୍କଠାରୁ ପର୍ଯ୍ୟାୟ କ୍ରମେ ୪ ଲକ୍ଷ ୫ ହଜାର ୫ଶହ ଟଙ୍କା ଠକି ନେଇଥିଲେ। ଏନେଇ ସେ ଅନୁଗୋଳ ସାଇବର ଥାନାରେ ଏତଲା ଦବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଏସ୍ପି ରାହୁଲ ଜୈନଙ୍କ ନିର୍ଦେଶରେ ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ବ୍ୟାଙ୍କ କାରବାର ଯାଞ୍ଚ କରିଥିଲା । ଆଉ ତଦନ୍ତ କରି ଅଭିଯୁକ୍ତ ପାଖରେ ପହଞ୍ଚି ପାରିଥିଲା । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପୋଲିସ କହିଛି।






