ଏ.କେ ବ୍ୟୁରୋ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖଟଖଟିଆ ଗାଁ ବସଷ୍ଟାଣ୍ଡ ଛକରେ ଗତକାଲି ରାତିରେ ଅସାମାଜିକ ତତ୍ତ୍ୱଙ୍କ ଉପଦ୍ରବ। ଗୋଟିଏ କପଡ଼ା ଦୋକାନ ସମେତ ସମୁଦାୟ ୫ଟି ଦୋକାନରୁ ଚୋରି ହୋଇଥିବା ସୂଚନା ମିଳିଛି।

ଚୋରମାନେ ସାମଗ୍ରୀ ଲୁଟିବା ସହ ଦୋକାନର ଅନ୍ୟାନ୍ୟ ଜିନିଷପତ୍ର ଫିଙ୍ଗାଫୋପାଡ଼ି କରି ନଷ୍ଟ କରିଛନ୍ତି। ଦୋକାନ ମାଲିକଙ୍କଠାରୁ ଖବର ପାଇ ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କଣ୍ଟାମାଳରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






