ଏ.କେ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ l ଧାନ ତଳି ଏବଂ ରୁଆ ହୋଇଥିବା ଧାନ ତଳି ନଷ୍ଟ ହେବାକୁ ବସିଲାଣି l ଏଭଳି ସ୍ଥିତି ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ରାଇସୁଙ୍ଗୁଡା,ସିଢ଼ୋ, ମିର୍ଜାପୁର ପଞ୍ଚାୟତ ଅଞ୍ଚଳରେ l

ରାଇସୁଙ୍ଗୁଡା ପଞ୍ଚାୟତ ମଢ଼ଙ୍ଗା ଗ୍ରାମରେ ଗୋବରୀ ନଦୀ ଉପରେ ଥିବା ପୁରାଣ ପୋଲ ତଳେ ଦଳ ଲାଗିଜିବାରୁ ସ୍ୱଳ୍ପ ବର୍ଷାରେ ପ୍ରତିବର୍ଷ ଚାଷ ଜମି ଜଳମଗ୍ନ ହୋଇଯାଉଛି ବୋଲି ଚାଷୀ ଅଭିଯୋଗ କରିବା ସହ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି l
କଟକ ଜିଲ୍ଲା ସାଲେପୁର ବ୍ଲକ୍ ରୁ ଶିଶୁ କୃଷ୍ଣ ନନ୍ଦଙ୍କ ରିପୋର୍ଟ ଆପଣଙ୍କ ଖବର।






