ଏ.କେ ବ୍ୟୁରୋ : ଗଞ୍ଜାମ ଜିଲ୍ଳା ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ସଦାଶିବପୁର ଶାସନ ଗ୍ରାମ ର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଯୁବକ ସଂଘ ପକ୍ଷ ରୁ ପକ୍ଷରୁ ଚଳିତ ଶ୍ରାବଣ ମାସର ତୃତୀୟ ସୋମବାର ଦିନ ବୋଲବମ୍ କଉଡ଼ି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।
ଗ୍ରାମ ର ଯୁବ ଗୋଷ୍ଠୀ ର ସଦସ୍ୟ ମାନେ ରବିବାର ସନ୍ଧ୍ୟା ରେ ଗ୍ରାମ ରୁ ବାହାରି ଆସିକା ସହର ସ୍ଥିତ ପବିତ୍ର ଋଷିକୂଲ୍ୟା ଏବଂ ବଡ ନଦୀ ର ସଙ୍ଗମ ସ୍ଥଳ ଉତ୍ତର ବାଙ୍କ ଠାରେ ଭଗବାନ ଶିବ ଙ୍କର ବାଲୁକା ସ୍ଥାପନା କରି ପୂଜାର୍ଚ୍ଚନା ସାରି ସେଠାରୁ ଜଳ ଉଠାଇ କାଉଡ଼ି ଭାର ଆଣି ସୋମବାର ସକାଳେ ଗ୍ରାମ ର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାପ୍ରଭୁ ଙ୍କୁ ଜଳାଭିଷେକ କରିଥିଲେ ଏବଂ ନୀଳକଣ୍ଠେଶ୍ଵର ଙ୍କ ପୀଠ ରେ ପ୍ରସାଦ ସେବନ କରିଥିଲେ । ଏହି କାଉଡ଼ି ଯାତ୍ରା ରେ ଗ୍ରାମ ର ୧୬ ଜଣ ଯୁବକ ଅଂଶଗ୍ରହଣ ଗ୍ରହଣ କରିଥିଲେ
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର.।






