ସୋମବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଜାତୀୟ ନୀତି ପାଇଁ ସକାରାତ୍ମକତା ଜରୁରୀ। ଗୃହ ହଙ୍ଗାମା ପାଇଁ ନୁହେଁ। ଗୃହରେ କୌଣସି ନକରାତ୍ମକତା ରହିବା ଉଚିତ୍ ନୁହେଁ। ସେ ଏହା ମଧ୍ୟ କହିଥିଲେ ଯେ କିପରି ପ୍ରଦର୍ଶନ କରିବେ ସେ ବିଷୟରେ ବିରୋଧୀଙ୍କୁ ପରାମର୍ଶ ଦେବାକୁ ସେ ପ୍ରସ୍ତୁତ। ସେମାନେ ଗୃହରେ ପରାଜୟ ଉପରେ ସେମାନଙ୍କର ହତାଶା ପ୍ରକାଶ କରିବା ଉଚିତ୍ ନୁହେଁ। ବିରୋଧୀ ଦଳକୁ ତାର ରଣନୀତି ପରିବର୍ତ୍ତନ କରିବା ଉଚିତ୍। ବିରୋଧୀ ଦଳକୁ ମଧ୍ୟ ତାର ଦାୟିତ୍ୱ ପାଳନ କରିବା ଉଚିତ୍।ସେହିପରି ନାରାବାଜି ପାଇଁ ମଧ୍ୟ ଅନେକ ସ୍ଥାନ ଅଛି ପାର୍ଲାମେଣ୍ଟ ନାରାବାଜିର ସ୍ଥାନ ନୁହେଁ ନୀତି ଓ ଦେଶ ଗଠନରେ ସକାରାତ୍ମକ ଭୂମିକା ଆବଶ୍ୟକ ବୋଲି କହିଛନ୍ତି। ତେବେ ଆଜି ସଂସଦ ଅଧିବେଶନ ଉପରେ ସମଗ୍ର ଦେଶର ନଜର ରହିଛି । ବିଶେଷକରି ତମାଖୁ ସେବନକାରୀ ଏବଂ ଏହି ବ୍ୟବସାୟ ସହିତ ଜଡିତ ଲୋକଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାର ଆଜି ସଂସଦରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ ଯାଉଛନ୍ତି, ଯାହା ସିଧାସଳଖ ସିଗାରେଟ୍, ଗୁଟଖା ଏବଂ ଅନ୍ୟାନ୍ୟ ତମାଖୁ ଜାତୀୟ ଦ୍ରବ୍ୟର ଟିକସ ବ୍ୟବସ୍ଥା ସହିତ ଜଡିତ । ତେବେ ଗ୍ରାହକମାନଙ୍କ ପାଇଁ ଆଶ୍ୱସ୍ତିର ବିଷୟ ହେଉଛି ଯେ, ଏହି ବିଲ୍ ଆସିବା ସତ୍ତ୍ୱେ ବର୍ତ୍ତମାନ ସମୟରେ ଏହି ସାମଗ୍ରୀଗୁଡିକର ଦାମ୍ ବୃଦ୍ଧି ପାଇବ ନାହିଁ । ଦୁଇଟି ପ୍ରମୁଖ ବିଲ୍ ହେଉଛି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ (ସଂଶୋଧନ) ବିଲ୍ ୨୦୨୫, ଏବଂ ସ୍ୱାସ୍ଥ୍ୟ ଏବଂ ଜାତୀୟ ସୁରକ୍ଷା ସେସ୍ ବିଲ୍, ୨୦୨୫ । ଏହି ବିଲ୍ ସିଗାରେଟ୍, ଗୁଟଖା ଏବଂ ପାନ ମସଲା ଭଳି ତମାଖୁ ଉତ୍ପାଦ ଉପରେ GSTକୁ ୨୮% ରୁ ୪୦% କୁ ବୃଦ୍ଧି କରିବା ପାଇଁ ।
‘ସଂସଦରେ ଡ୍ରାମା ନୁହେଁ, ଡେଲିଭରି ହେଉ…ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା






