ଏ.କେ ବ୍ୟୁରୋ : ପବିତ୍ର ନୂଆଁଖାଇ ଅବସରରେ ସମଗ୍ର ଓଡ଼ିଶାବାସୀଙ୍କ ସମେତ ଆମର ଅନ୍ନଦାତା ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ନୂଆଁଖାଇ ଆମ ମାଟି, ଚାଷୀ ଓ ପ୍ରକୃତି ସହିତ ଜଡ଼ିତ ଏକ ମହାନ ପର୍ବ।
ଏହି ପବିତ୍ର ଅବସରରେ ଆସନ୍ତୁ, ଆମେ ସମସ୍ତେ ଅଧିକରୁ ଅଧିକ ଗଛ ଲଗାଇବା, ପରିବେଶକୁ ସୁରକ୍ଷିତ ରଖିବା ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ଓ ସୁନ୍ଦର ପୃଥିବୀ ଗଢ଼ିବାର ସଂକଳ୍ପ ନେବା। ଗୋଟିଏ ଗଛ ଲଗାଇବା ମାନେ କେବଳ ଗୋଟିଏ ଚାରା ରୋପଣ ନୁହେଁ, ବରଂ ଆଗାମୀ ଜୀବନ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା। ଗଛ ବଢ଼ିଲେ ପ୍ରକୃତି ବଞ୍ଚିବ, ପ୍ରକୃତି ବଞ୍ଚିଲେ ଆମ ଜୀବନ ସୁରକ୍ଷିତ ଓ ସଫଳ ହେବ।
ମା’ ସମଲେଇଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ। ଚାଷୀଙ୍କ ଘରେ ସୁଖ ଓ ହସ ଫୁଟିଉଠୁ, ଚାଷ ଓ ଚାଷୀଙ୍କ ଉନ୍ନତି ହେଉ—ଏହା ହିଁ ନୂଆଁଖାଇର ପ୍ରାର୍ଥନା।
ସମସ୍ତଙ୍କୁ ପବିତ୍ର ନୂଆଁଖାଇ ଜୁହାର୍। 🌾🌱🙏
ଶଶିକାନ୍ତ କୁମାର ମଲ୍ଲିକ
barpali ଜଙ୍ଗଲ ଓ ପରିବେଶ ବିଭାଗ, ଓଡ଼ିଶା






