ଏ.କେ ବ୍ୟୁରୋ : ସମ୍ପତ୍ତି ବିବାଦର ସମାଧାନ ଅସହାୟ ମହିଳାଙ୍କୁ ମିଳିଲା ନ୍ୟାୟ,ମାନବାଧିକାର ଫୋରମ ଙ୍କୁ ଧନ୍ୟବାଦ ଜଣାଇଲେ ମହିଳା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ମୁଖ୍ୟ ସଡ଼କ ପାର୍ଶ୍ବରେ ଥିବା ସ୍ବର୍ଗତ ୟୁ ନିଳାମ୍ବର ପାତ୍ରଙ୍କ ଅନ୍ତ ପରେ ତାଙ୍କର ଥିବା ପୈତୃକ ଘର ଭାଗବଣ୍ଟାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।ଏହାକୁ ନେଇ ସ୍ବର୍ଗତ ୟୁ ନିଳାମ୍ବର ପାତ୍ରଙ୍କ ବଡପୁଅ ସ୍ବର୍ଗତ ୟୁ ସନ୍ୟାସୀ ପାତ୍ରଙ୍କ ସ୍ତ୍ରୀ ୟୁ ରାଜେଶ୍ବରୀ ପାତ୍ର ଙ୍କୁ ତାଙ୍କ ଦିଅର ୟୁ ସାଇରାମ ପାତ୍ର ମାଡ଼ ମାରିବାସହ ବାପାଙ୍କ ସମ୍ପତି ରୁ କୌଣସି ଭାଗ ଦେବେନାହିଁ ବୋଲି କହୁଥିଲେ ।
ସୂଚନା ମୁତାବକ ବାପା ୟୁ ନିଳାମ୍ବର ପାତ୍ରଙ୍କ ଶେଷ ଅବସ୍ଥା ସମୟରେ ବାପାଙ୍କ ପୈତୃକ ସଂପତ୍ତି ନିଜ ଅକ୍ତିଆରକୁ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିଚାଲିଥିଲେ ସାଇରାମ । ଯାହାକି ବାପାଙ୍କ ମୃତ୍ୟୁ ପୃର୍ବରୁ ତାଙ୍କ ଟିପ ଚିହ୍ନରେ ବାପାଙ୍କ ପୈତୃକ ସଂପତ୍ତି ଏକ ୱିଲ୍ ନାମା ତାଙ୍କ ନାମରେ କରିଥିବା ବେଳେ ବାପା ୟୁ ନିଳାମ୍ବର ପାତ୍ର ଜଣେ ଶିକ୍ଷତ,ସେ ପ୍ରତ୍ୟେକ କାର୍ଯ୍ଯରେ ସନ୍ତକ କରୁଥିଲେ। କିନ୍ତୁ ସମ୍ପତ୍ତି ଉପରେ ସମସ୍ତ ଙ୍କ ସମାନ ଅଧିକାର ଥିବାବେଳେ ଏଠାରେ ସାଇରାମ ପାତ୍ର ବାପାଙ୍କ ଟିପ ଚିହ୍ନରେ ୱିଲ୍ ନାମା ନିଜ ନାମରେ କରିବା ଏକ ପ୍ରକାର ସନ୍ଦେହ ସୃଷ୍ଟି କରିଥିଲା। ଯାହାକି ଘର ସମ୍ପତ୍ତି ଭାଗବଣ୍ଟାକୁ ନେଇ ୨୦୨୩ ମସିହା ଏବଂ ବାପା ୟୁ ନିଳାମ୍ବର ପାତ୍ର ଜୀବିତ ଥିବା ସମୟ ରୁ ବିବାଦ ବୁଗୁଡ଼ା ଥାନାରେ ହୋଇ ଆସୁଥିବା ବେଳେ ବାପାଙ୍କ ଟିପ ଚିହ୍ନରେ ୱିଲ୍ ନାମା ହେବା ଏକ ପ୍ରକାର ସନ୍ଦେହ କରାଯାଉଥିଲା। ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ସମ୍ପତ୍ତି ବିବାଦ ଘଟଣାରେ ଜଣେ ଅସହାୟ ମହିଳା ଶେଷରେ ନ୍ୟାୟ ପାଇଛନ୍ତି।
ଏହି ମାମଲାରେ ମାନବାଧିକାର ଫୋରମ ରାଷ୍ଟ୍ରିୟ ଅଧ୍ୟକ୍ଷ ଦିଲ୍ଲୀପ ଧଳ, ମହିଳା ରାଷ୍ଟିୟ ଅଧ୍ୟକ୍ଷା ଆରତୀ ମଙ୍ଗରାଜସକ୍ରିୟ ଭାବେ ହସ୍ତକ୍ଷେପ କରି ପୀଡ଼ିତା ମହିଳାଙ୍କୁ ଆଇନଗତ ସହଯୋଗ ଯୋଗାଇଥିଲେ। ମାମଲାର ସମସ୍ତ ପକ୍ଷର ଯୁକ୍ତି ଓ ପ୍ରମାଣକୁ ବିଚାର କରି ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଜଜ ମହିଳାଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ଏହି ରାୟ ପରେ ଦୀର୍ଘ ଦିନର ମାନସିକ ଓ ସାମାଜିକ ଚାପରୁ ମୁକ୍ତି ପାଇଥିବା ମହିଳା ଖୁସି ବ୍ୟକ୍ତ କରିବା ସହ ମାନବାଧିକାର ଫୋରମ ର କର୍ମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ମହିଳା କହିଛନ୍ତି ଯେ, ମାନବାଧିକାର ଫୋରମର ସହଯୋଗ ନ ମିଳିଥିଲେ ତାଙ୍କ ପାଇଁ ନ୍ୟାୟ ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡିଥାନ୍ତା। ଅନ୍ୟପଟେ ମାନବାଧିକାର କମିଶନ ପକ୍ଷରୁ କୁହାଯାଇଛି ଯେ, ଅସହାୟ ଓ ନିର୍ଯାତିତ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ସଂଗଠନ ଆଗାମୀ ଦିନରେ ମଧ୍ୟ କାର୍ଯ୍ୟ ଜାରି ରଖିବ। ଏହି ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ପ୍ରତି ଆସ୍ଥା ବଢ଼ାଇବା ସହ ନ୍ୟାୟ ବ୍ୟବସ୍ଥା ଓ ସାମାଜିକ ସଂଗଠନମାନଙ୍କ ଭୂମିକାକୁ ପୁଣିଥରେ ସାମ୍ନାକୁ ଆଣିଛି।
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର






