ଏ.କେ ବ୍ୟୁରୋ : କୁହାଯାଏ ସିଂହ ଜଙ୍ଗଲର ରାଜା । ଜଙ୍ଗଲରେ ଯେତେ ଶକ୍ତିଶାଳୀ ଜୀବ ଥିଲେ ମଧ୍ୟ ସିଂହ ଆଗରେ ସମସ୍ତେ ମୁଣ୍ଡ ନୁଆଁନ୍ତି । ସିଂହ ଏକ ହିଂସ୍ର ପ୍ରାଣୀ, ଯିଏକି ସବୁବେଳେ ମାଂସ ଖାଇବାକୁ ଭଲପାଇଥାଏ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଯେକେହିବି ନହସି ରହିପାରିବନାହିଁ । ଗୋଟିଏ ସିଂହ ପ୍ରଥମ ଥର ପନିପରିବା ଖାଇବା ପରେ ତା’ର ପ୍ରତିକ୍ରିୟା ଏମିତି ହୋଇଛିଯେ, ଯାହାକୁ ଦେଖି ଲୋକଙ୍କ ହସ ବନ୍ଦ ହେଉନାହିଁ ।ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି । ଯେଉଁ ଭିଡିଓରେ ଗୋଟିଏ ସିଂହ ପ୍ରଥମ ଥର ପନିପରିବା ଖାଉଥିବା ଦେଖାଯାଇଛି । ଏହା ଖାଇବା ପରେ ସିଂହର ରିଆକ୍ସନ୍ ଦେଖି ଲୋକେ ହସି ହସି ଗଡ଼ିଯାଉଛନ୍ତି ।
ପ୍ରଥମ ଥର ଭେଜ୍ ଖାଇଲା ସିଂହ:
ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଏକ ସିଂହ ଦେଖାଯାଉଛି । ସିଂହଟି ଦେଖିବାକୁ ବହୁତ ଭୟଙ୍କର । ପ୍ରଥମେ ଲାଗୁଛି ଯେ ସେ ଏବେ କୌଣସି ଶିକାରକୁ ଧରି ଖାଇଦେବ । କିନ୍ତୁ କ୍ୟାମେରା ତା’ର ପାଦ ଆଡ଼କୁ ଯିବା ପରେ ଦେଖାଯାଉଛି ଯେ ସିଂହଟି ତା’ର ପଞ୍ଝାରେ ଏକ ପତ୍ରକୋବି ଟି ଖାଇବାକୁ ଧରିଛି । ସିଂହଟି ବୋଧହୁଏ ଜାଣିନଥିଲା ଯେ ଏହି ଖାଦ୍ୟ ତା’ ପାଇଁ ନୁହେଁ । ସେ ପରିବାଟି ଖାଇବା ମାତ୍ରକେ ତା ମୁହଁର ଏକ୍ସପ୍ରେସନ ବଦଳିଯାଉଛି ।
ସିଂହର ରିଆକ୍ସନ୍ ଦେଖି ହସିଲେ ଲୋକେ:
ସିଂହଟି ପରିବା ଖାଇବା ମାତ୍ରକେ ତୁରନ୍ତ ପାଟିରୁ କାଢ଼ିଦେଉଛି, ଯେମିତି ସେ ବିଷ ଖାଇଦେଇଛି । ଏହା ସହିତ ସେ ଏଭଳି ମୁହଁ କରିଛି, ଯେମିତି କୌଣସି ଛୋଟ ପିଲାକୁ ଲେମ୍ବୁ ଚଟାଇଦେଲେ ସେ ରିଆକ୍ସନ୍ ଦେଇଥାଏ । ସିଂହର ଏହି ମଜାଦାର ଭିଡ଼ିଓକୁ କ୍ୟାମେରାରେ କଏଦ କରିଥିଲେ ଜଣେ ବ୍ୟକ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓକୁ ନେଇ ୟୁଜର୍ସମାନେ ମଜାଦାର କମେଣ୍ଟ କରୁଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, ଏବେ ବୁଝିଲୁ ସିଂହ ଘାସ କାହିଁକି ଖାଏନି ।
ଏହି ଭିଡିଓକୁ ଏକ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡିଓଟିକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି । ଆଉ ଜଣେ ୟୁଜର୍ ଲେଖିଛନ୍ତି, “ମୋ ରାଜାଙ୍କୁ ପରିବା କିଏ ଦେଲା ଭାଇ?” ସେହିଭଳି ଆଉ ଜଣେ ଲେଖିଛନ୍ତି, “ସିଂହ କେବେ ଘାସ-ପତ୍ର କାହିଁକି ଖାଏ ନାହିଁ, ଆଜି ବୁଝିଗଲି।” ଅନ୍ୟ ଜଣେ ମଜାରେ ଲେଖିଛନ୍ତି, “ବିଚରା ସିଂହ ରାଜାଙ୍କ ସହ ପ୍ରାଙ୍କ ହୋଇଗଲା ।”






