ଏ.କେ ବ୍ୟୁରୋ : ଜଗତସିଂହପୁର ରଶ୍ମୀପ୍ରଭା ମଣ୍ଡପ ପରିସରରେ ସ୍ବର୍ଗତ କାଞ୍ଚନବାଳା ବେହେରାଙ୍କ ଚତୃଦଶାହ ଦିବସ ଅବସର ରେ ଗାୟତ୍ରୀ ମିଶନ ପରିବାର ପକ୍ଷରୁ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି | ଗାୟତ୍ରୀ ମିଶନ ର ବରିଷ୍ଟ କାର୍ଯ୍ୟକର୍ତା କୃପାସିନ୍ଧୁ ଷଢଙ୍ଗୀ | ନରେନ୍ଦ୍ର ଆଚାର୍ଯ୍ୟ | ବିଜୟକେତନ ଖଟୁଆ |

ଶଶାଙ୍କ ଶେଖର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ କାଞ୍ଚନ ବାଳା ଙ୍କ ସମାଜପ୍ରତି ସେବା, ତ୍ୟାଗ, ଆଦର୍ଶଗତ ଭାବନା ଉପରେ ଉଦବୋଧନ ଦେଇଥିଲେ | ସ୍ବର୍ଗତ କାଞ୍ଚନବାଳା ଅନେକ ବର୍ଷ ଧରି ଜଗତସିଂହପୁର ଜ଼ିଲ୍ଲା ଗାୟତ୍ରୀ ପରିବାରର ପ୍ରମୁଖ ଭୂମିକା ତୁଲାଉଥିଲେ | ରାଜ୍ୟ ର କୋଣ ଅନୁକୋଣ ରେ ଗାୟତ୍ରୀ ଧର୍ମ ର ପ୍ରଚାର ପ୍ରସାର କରୁଥିଲେ | ସେ ଜଗତସିଂହପୁର ଜ଼ିଲ୍ଲା ର ନାରୀ ଜାଗରଣପ୍ରମୁଖ ଭାବେ କାର୍ଯ୍ୟ କରୁଥିଲେ | ଶାନ୍ତିକୁଞ୍ଜ ହରିଦ୍ୱାର ତରଫ ରୁ ଅନେକ ଥର ସମ୍ବର୍ଦ୍ଧିତ ହୋଇଥିଲେ | କାଞ୍ଚନବାଳା ଙ୍କ ବିୟୋଗ ରେ ଗାୟତ୍ରୀ ପରିବାର ଜଣେ ସତ୍ୟ ନିଷ୍ଠା ପର ବ୍ୟକ୍ତି ଙ୍କୁ ହରାଇଛି | ଗାୟତ୍ରୀ ଙ୍କ ଚତୃଦିବସୀୟ ସ୍ମୁତି ଚାରଣ ସଭା ରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚନ କରାଯାଇଥିଲା |ଏ ସମସ୍ତ କାର୍ଯ୍ୟକ୍ରମ କୁ ଜୟନ୍ତୀ ବେହେରା,ଜ୍ୟୋସ୍ନା ରାଣୀ ବେହେରା, ଜ୍ୟୋତ୍ରୀମୟୀ ବେହେରା, ସଂଗ୍ରାମ ବେହେରା, ସରିତା ବେହେରା, ଆୟୁସ୍ମାନ ବେହେରା ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ ଆପଣଙ୍କ ଖବର






