କଟକ ଜିଲ୍ଲା ମଧୁପାଟଣା ଥାନା ଅନ୍ତର୍ଗତ ପୋପରଡ଼ା ଅଞ୍ଚଳ ରେ ଯାଇ ଥିବା ୩୩/୧୧ କେ ଭି ଟାୱାର ରେ ଜଣେ ଯୁବକ ଚଢ଼ି ବସିଥିବା କିଛି ଲୋକ ଦେଖିଥିଲେ
ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ମାନେ ସଙ୍ଗେ ସଙ୍ଗେ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ
ତତ୍ କ୍ଷଣତା ଷ୍ଟେସନ ଅଫିସର୍ ବିକାଶ ଚନ୍ଦ୍ର ପାତ୍ର ନେତୃତ୍ୱ ରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲା
ଅଗ୍ନିଶମ କର୍ମଚାରୀ ମାନେ ବିଦ୍ୟୁତ୍ ବିଭାଗ କୁ ଖବର ଦେଇଥିଲେ

ବିଦ୍ୟୁତ୍ ବିଭାଗ ର ଅଧିକାରୀ ଓ କର୍ମଚାରୀ ପହଞ୍ଚି ମୁଖ୍ୟ ଗ୍ରିଡ୍ ବିଦ୍ୟୁତ୍ ସଂଯୋଗ ବିର୍ଚ୍ଛିନ କରାଯିବା ପରେ ଯୁବକ ଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ଅପରେସନ
ଯୁବକ କୁ ବୁଝାଇ ତଳକୁ ଆଣିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେ କାହାରି କଥା ଶୁଣି ନ ଥିଲା
ଏପଟେ ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା
ବିଳମ୍ବ ନ କରି ଅଗ୍ନିଶମ କର୍ମଚାରୀ ସେକ ରାହତ ଓ ପ୍ରଭାସ ପରିଡ଼ା ଟାୱାର ଉପରକୁ ଚଢ଼ିଥିଲେ
ବୁଝା ଶୁଝା କରିଥିଲେ ସୁଦ୍ଧା ସେ ତଳକୁ ଓହ୍ଲାଇବାକୁ ରୋକ୍ ଠୋକ୍ ମନା କରି ଦେଇଥିଲା
ଏପରି ଭାବେ ପ୍ରାୟ ଦେଢ଼ ଘଣ୍ଟା ଚାଲିବା ପରେ ତଳେ ଜାଲ ବନ୍ଧାଯାଇ ଉଦ୍ଧାର କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା
ବହୁ କଷ୍ଟ ରେ ତଳକୁ ଆଣିବା ଲାଗି ବେଲ୍ଟ ବାନ୍ଧି ଖସାଇ ଦିଆଯାଇଥିଲା
ତା ପାଖରୁ ଏକ ଆଧାର କାର୍ଡ ମିଳିଥିଲା
ସେଥିରେ ତାର ନାମ ନରେଶ ମାଣ୍ଡି,ଘର ଝାଡଖଣ୍ଡ ଜିଲ୍ଲା ବୋକୋରୋର ବୋଲି ଉଲ୍ଲେଖ ରହିଛି
ଟାୱାର ଉପରେ କାହିଁ ଚଢ଼ି ଥିଲା ବୋଲି ପଚାରିଲେ ସେ ସମ୍ପର୍କରେ କିଛି କହୁନଥିଲା
ତାର ପରିବାର ସହିତ ଯୋଗାଯୋଗ କରାଯିବା ଲାଗି ପୋଲିସ ଉଦ୍ୟମ ଚଳାଇଛି
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ






