ଏ.କେ ବ୍ୟୁରୋ : କଟକ ଜିଲ୍ଲାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣୀ ମହାବିଦ୍ୟାଳୟ ରାସ୍ତାରେ ଖୁଣ୍ଟୁଣୀ ପୁଲିସ ଦ୍ୱାରା ଗତକାଲି ରାତିରେ ଚଢ଼ଉ କରାଯାଇ ଏକ ମାରୁତି କାର ( OR -02GA – 4201)ଜବତ କରି ସେଥିରୁ ୪୦୦ ଲିଟର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଭୋଗୋରା ଗ୍ରାମର ସଞ୍ଜୟ କୁମାର ସାହୁ। ଏ ସଂକ୍ରାନ୍ତରେ ଖୁଣ୍ଟୁଣୀ ପୁଲିସ ଏକ ମାମଲା କେସ ନଂ ୨୪୬/୨୬ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଖୁଣ୍ଟୁଣୀ ଥାନା ଆଇଆଇସି ଶ୍ରୀ ଜହର ଆବେଦିନ ସୂଚନା ଦେଇଛନ୍ତି।






