ଏ.କେ ବ୍ୟୁରୋ : ଅନଲାଇନ୍ ସାଇବର୍ ଠକେଇର ଶିକାର! ମଗାଇଥିଲେ ସୌରଲାଇଟ୍, ଆସିଲା ଲୁଣ ଫ୍ୟାକେଟ୍
ଅନଲାଇନରେ ଜିନିଷ ଅର୍ଡର କରୁଥିଲେ ସାବଧାନ୍! ସାମାନ୍ୟ ଅସାବଧାନତା ଯୋଗୁଁ ଅନଲାଇନ୍ ଗ୍ରାହକମାନେ ଠକ କମ୍ପାନିଙ୍କ ଶିକାର ହେଉଛନ୍ତି। ଏଭଳି ଏକ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ୍ ରେଙ୍ଗାଲି ପଞ୍ଚାୟତର କମଘାଟ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଶମ୍ଭୁ ପ୍ରସାଦ ସାହୁ ସାମାଜିକ ଗଣମାଧ୍ୟମରେ ମିଳିଥିବା ଏକ ଲିଙ୍କ୍ ଜରିଆରେ ୧୩୯୯ ଟଙ୍କାର ଏକ ସୌରଲାଇଟ୍ ଅର୍ଡର କରିଥିଲେ।

ତେବେ ଡେଲିଭରି ବୟ ଆସି ପାର୍ସଲ ଦେବା ପରେ, ସନ୍ଦେହ ହେବାରୁ ଶମ୍ଭୁ ଡେଲିଭରି ବୟଙ୍କ ସମ୍ମୁଖରେ ପାର୍ସଲ ଖୋଲିବାରୁ ସେଥିରୁ ମାତ୍ର ୩୦ ଟଙ୍କା ମୂଲ୍ୟର ଏକ ଲୁଣ ଫ୍ୟାକେଟ୍ ବାହାରିଥିଲା। ଡେଲିଭରି ବୟ ସାମଗ୍ରୀ ଫେରସ୍ତ ନେବାକୁ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ ଶମ୍ଭୁ ସମ୍ପୃକ୍ତ କମ୍ପାନି ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଠାରେ ଫେରସ୍ତ ପାଇଁ କୌଣସି ବିକଳ୍ପ ନଥିଲା କିମ୍ବା କଲ୍ ମଧ୍ୟ ରିସିଭ୍ ହୋଇନଥିଲା। ଅଜଣା ଲିଙ୍କ୍ କିମ୍ବା ଅପରିଚିତ ୱେବସାଇଟ୍ରୁ ଅନଲାଇନ୍ କ୍ରୟ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ!
କଣ୍ଟାମାଳ ବ୍ଲକରୁ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






