ଏ.କେ ବ୍ୟୁରୋ : ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ସଂଯୋଗ ଦ୍ୱାରା ରାଜଯୋଗ ଏବଂ ଶୁଭ ଯୋଗର ବିଶେଷ ମହତ୍ୱ ରହିଛି । ଏପରି ଏକ ଅତ୍ୟନ୍ତ ଶୁଭ ଏବଂ ଶକ୍ତିଶାଳୀ ତିଗ୍ରହୀ ଯୋଗ ଗଠିତ ହୋଇଛି । ବୁଦ୍ଧି ଓ ଯୋଗାଯୋଗର କାରକ ବୁଦ୍ଧ ଗ୍ରହ, ସୂର୍ଯ୍ୟ ଓ ମନର କାରକ ଚନ୍ଦ୍ରମା ଏକାଠି ମିଶି ମିଥୁନ ରାଶିରେ ଗୋଚର କରିବେ । ବୁଧ ମିଥୁନ ରାଶିର ସ୍ୱାମୀ ହୋଇଥିବାରୁ ନିଜ ରାଶିରେ ରହି ସୂର୍ଯ୍ୟ ଓ ଚନ୍ଦ୍ରମାଙ୍କ ଏହି ସଂଯୋଗ ଅତ୍ୟନ୍ତ ପ୍ରଭାବଶାଳୀ ଫଳାଫଳ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ତିଗ୍ରହୀ ଯୋଗର ପ୍ରଭାବ କିଛି ବିଶେଷ ରାଶିଙ୍କ ଜୀବନରେ ଉନ୍ନତି,ମାନ-ସମ୍ମାନ ଓ ହଠାତ ଧନ ଲାଭର ଯୋଗ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ତିଗ୍ରହୀ ରାଜଯୋଗର ବିଶେଷ କୃପା ରହିବ ।
ମିଥୁନ ରାଶି : ଏହି ତ୍ରିଗ୍ରହୀ ଯୋଗ ଆପଣଙ୍କ ରାଶିର ପ୍ରଥମ ଘରେ ସୃଷ୍ଟି ହେଉଛି । ଯାହା ଦ୍ୱାରା ସକାରତ୍ମକ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ଆତ୍ମବିଶ୍ୱାସ ଯଥେଷ୍ଟ ବୃଦ୍ଧି ପାଇବ । କାର୍ଯ୍ୟରେ ଆପଣଙ୍କର ନିଷ୍ପତ୍ତି ନେବାର କ୍ଷମତା ଏବଂ ବୁଦ୍ଧି ପାଇଁ ପ୍ରଶଂସାର ପାତ୍ର ହେବେ । ସରକାରୀ କିମ୍ବା ଅନ୍ୟାନ୍ୟ କାମ ଶେଷ ହେବାର ସମ୍ଭାବନା ରହିଛି । ସମାଜରେ ଆପଣଙ୍କ ସମ୍ମାନ ଏବଂ ସ୍ଥିତି ବୃଦ୍ଧି ପାଇବ।
ସିଂହ ରାଶି : ଏହି ତିଗ୍ରହୀ ଯୋଗ ସିଂହ ରାଶି ଲୋକଙ୍କ ପାଇଁ ଆର୍ଥିକ ଶୁଭ ଖବର ଆଣିପାରେ । ଏହି ସଂଯୋଗ ଆପଣଙ୍କ ଆୟ ଏବଂ ଲାଭ ଘରେ ଘଟୁଛି । ଆୟର ନୂତନ ଉତ୍ସ ଖୋଲିବ । ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ । ଏହି ସମୟ ଅର୍ଥ ନିବେଶ ପାଇଁ ଭଲ ରହିଛି । ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ ।
କନ୍ୟା ରାଶି : ବୁଧ ଦେବଙ୍କ ଦ୍ୱିତୀୟ ରାଶି କନ୍ୟା ରାଶି ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ ହେବ । ଏହି ସମୟ କ୍ୟାରିୟର ଏବଂ ବିଜନେସ କ୍ଷେତ୍ର ପାଇଁ ସଫଳତା ଆଣିପାରେ ବୋଲି ପ୍ରମାଣିତ ହେବ । ଏହି ସଂଯୋଗ ଆପଣଙ୍କ ଦଶମ ଘରେ ସୃଷ୍ଟି ହେଉଛି । ଯାହା ଚାକିରି କରିଥିବା ବ୍ୟକ୍ତିମାନଙ୍କୁ ପଦୋନ୍ନତି କିମ୍ବା ଦରମା ବୃଦ୍ଧି ଭଳି ଶୁଭ ଖବର ମିଳିପାରେ। ନୂଆ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ମନମୁତାବକ ପ୍ରସ୍ତାବ ମିଳିପାରେ । ବ୍ୟବସାୟ କ୍ଷେତ୍ରରେ ବଡ ଡ଼ିଲ ଚୂଡାନ୍ତ ହୋଇପାରେ ।
ତୁଳା ରାଶି : ଏହି ସମୟ ତୁଳା ରାଶିର ବ୍ୟକ୍ତିଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ସାଥ ଦେବ । ଏହି ତ୍ରିଗ୍ରହୀ ଯୋଗ ଆପଣଙ୍କ ନବମ ଘରେ ସୃଷ୍ଟି ହେଉଛି । ଦୀର୍ଘଦିନରୁ ଅଟକି ରହିଥିବା କାମ ପୁରା ହେବ । ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଆପଣଙ୍କ ରୁଚି ବଢିବ । ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଏହା ଖୁବ ଭଲ ସମୟ ରହିବ । ପୈତୃକ ସମ୍ପତ୍ତି ଏବଂ କୋଟ କଚେରୀ ମାମଲାରେ ସଫଳତା ମିଳିବ ।






