ଏ.କେ ବ୍ୟୁରୋ : କେଉଁଠି ଲଗାଣ ଆଉ କେଉଁଠି ତୁହାକୁ ତୁହା। ପ୍ରବଳ ବର୍ଷାରେ ଭିଜୁଛି ଓଡ଼ିଶା। ଗୁଣ୍ଡିଚା ଭଳି ଆସନ୍ତାକାଲି ବାହୁଡ଼ାରେ ବି ଛେଚିବ ବର୍ଷା। ସକ୍ରିୟ ମୌସୁମୀ ପ୍ରଭାବରେ ୨୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାର ଜିଲ୍ଲାମାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି।







