ଏ.କେ ବ୍ୟୁରୋ : ଜନ ସାଧାରଣଙ୍କ ଦୀର୍ଘଦିନର ଦାବୀ ଆଠଗଡ଼ରୁ ଆମ ବସ ସେବା ଆରମ୍ଭ ହେବ।ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଏ ନେଇ ସରକାରଙ୍କୁ ଦାବୀ କରିବା ପରେ ଏହି ସେବା ଆରମ୍ଭ ହେବାର ଆଶା ସଂଚାର ହୋଇଛି।

ପୂର୍ବରୁ ଏହି ବସ କଟକରୁ ଆସି କାଖଡି ପର୍ଯ୍ୟନ୍ତ ଚାଲୁଥିଲା,ଏଵେ ଏହି ବସ ଆଠଗଡ଼ ସହରରୁ ବାହାରି ଭାୟା କଖଡି, ଧବଳେଶ୍ଵର ହୋଇ କଟକ ଯିବ।ଏହା ଫଳରେ ଦୈନଦିନ କାର୍ଯ୍ୟ ପାଇଁ କଟକ ଯିବା ଆସିବା କରୁଥିବା କର୍ମଜୀବୀ ଛାତ୍ରଛାତ୍ରୀ,ବ୍ୟବସାୟୀ ମାନେ ଉପକୃତ ହେବେ। ବିଧାୟକ ଶ୍ରୀ ସ୍ବାଇଁଙ୍କ ପତ୍ର ସଂଖ୍ୟା ୪୦୪/(୦୩/୦୮/୨୬)କୁ ଭିତ୍ତି କରି ଏହାର ତୁରନ୍ତ କାର୍ଯ୍ୟକାରିତା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି।






