ଏ.କେ ବ୍ୟୁରୋ : ଆଠଗଡ,ଦେଶ ଆସନ୍ତା ୧୨୬ ତମ ସ୍ବାଧିନତା ଦିବସ ପାଳନ କରିବାକୁ ଯାଉଛି।ଏଥିପାଇଁ ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଏହାକୁ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ୱପ୍ନେଶ୍ୱେର ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ସଂଘର ସଭାପତି ସର୍ବେଶ୍ଵର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ମହୋତ୍ସବ ପଡ଼ିଆରେ ସଂଘ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯିବା ପାଇଁ ନିଷ୍ପତ୍ତି କରାଯାଇଥିଲା।ସେଦିନ ସକାଳ ୭ ଘଟିକା ସୁଦ୍ଧା ସମସ୍ତ ସଭ୍ୟ ମହୋତ୍ସବ ପଡ଼ିଆରେ ଉପସ୍ଥିତ ରହିବାକୁ ଅନୁରୋଧ କରାଗଲା। ସଂଘ ର ଜଣେ ବରିଷ୍ଠ ସଭ୍ୟ ଜାତୀୟ ପତାକା ଉତ୍ତୋଳନ କରିବାକୁ ସ୍ଥିର କରାଗଲା।ଅନୁପସ୍ଥିତ ରହିଥିବା ସଦସ୍ୟ ମାନଙ୍କୁ ସମ୍ପାଦକ ନୀଳକଣ୍ଠ ଦୋରା ପତ୍ର ଦ୍ୱାରା ଅବଗତି କରିବାକୁ ସଭାପତି ନିର୍ଦ୍ଦେଶ ଦେଇଥିଲେ।ଅନ୍ୟମନଙ୍କ ମଦ୍ଧରେ ସଂଘ ର ଉପସଭାପତି ପ୍ରକାଶ ଚନ୍ଦ୍ର ସାହୁ,ଉପଦେଷ୍ଟା ସୁଧିରଞ୍ଜନ ଦାସ, ସତ୍ୟପ୍ରସାଦ ରଥ,ଲଲାଟେନ୍ଦୁ ସେନାପତି,ସଭ୍ୟ ଜ୍ଞାନରଞ୍ଜନ ସାହାଣୀ,ମିନତି ପ୍ରତିହାରୀ,ନୃସିଂହ ସାହୁ,ଶ୍ୟାମାପ୍ରସାଦ ପଣ୍ଡା ଓ ଅବିନାଶ ଦାସ ବୈଠକ ରେ ଉପସ୍ଥିତ ଥିଲେ।






