ଏ.କେ ବ୍ୟୁରୋ : ପନ୍ତ ଏଯାଏ ବିଦେଶ ମାଟିରେ ୨୫୩୪ ରନ କରି ସାରିଛନ୍ତି। ତାଙ୍କ ବ୍ୟାଟିଂ ହାର ୪୧.୬୮ ରହିଛି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ପନ୍ତ ୬୩ ରନ କରିବା ପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ନୂଆ ଇତିହାସ ସୃଷ୍ଟି କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ବ୍ୟାଟର ଋଷଭ ପନ୍ତ। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ପନ୍ତ ହାସଲ କରିଛନ୍ତି ନୂଆ କୀର୍ତ୍ତିମାନ। ସେ କିମ୍ବଦନ୍ତି କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି।
ଭାରତ ବାହାରେ କିମ୍ବା ନିରପେକ୍ଷ ଭେନ୍ୟୁରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚ୍ରେ ପନ୍ତ ଦେଶ ପାଇଁ ସର୍ବାଧିକ ରନ ହାସଲକାରୀ ୱିକେଟ କିପର ବ୍ୟାଟର ବନି ଯାଇଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଧୋନିଙ୍କ ନାଁରେ ଥିଲା। ସେ ୱିକେଟ କିପର ଭାବେ ଭାରତ ପାଇଁ ବିଦେଶ ମାଟିରେ ସର୍ବାଧିକ ରନ କରିଥିଲେ। କିନ୍ତୁ ଶ୍ରୀଲଙ୍କା ବିପକ୍ଷ କଲୋମ୍ବୋ ଟେଷ୍ଟରେ ଧୋନିଙ୍କ ଏହି ଦୀର୍ଘକାଳୀନ ରେକର୍ଡକୁ ଅତିକ୍ରମ କରି ଯାଇଛନ୍ତି ପନ୍ତ। ପନ୍ତ ଏଯାଏ ବିଦେଶ ମାଟିରେ ୨୫୩୪ ରନ କରି ସାରିଛନ୍ତି। ତାଙ୍କ ବ୍ୟାଟିଂ ହାର ୪୧.୬୮ ରହିଛି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ପନ୍ତ ୬୩ ରନ କରିବା ପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଧୋନି ବିଦେଶ ମାଟିରେ ୱିକେଟ କିପର ଭାବେ ୨୪୯୬ ରନ କରିଛନ୍ତି। ପନ୍ତ ଓ ଧୋନିଙ୍କ ପଛକୁ ଫାରୁଖ ଇଞ୍ଜିନିୟର(୧୨୦୯), ସୟିଦ କିରିମାଣି(୧୧୦୯) ଓ କିରଣ ମୋରେ(୯୦୧) ରହିଛନ୍ତି।

ପନ୍ତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୬୩ ରନ କରିଥିଲେ ହେଁ ରବିବାର ତାଙ୍କୁ ଆହତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଲାହିର କୁମାରଙ୍କ ବଲରେ ସେ ପୁଲ ମାରିବାକୁ ଚେଷ୍ଟା କରିବା ବେଳେ ଆହତ ହୋଇଥିଲେ। ଏଥିଯୋଗୁ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ତାଙ୍କୁ ରିଟାୟର୍ଡ ହର୍ଟ ହେବାକୁ ପଡ଼ିଥିଲା। ଏହି ସମୟରେ ସେ ମାତ୍ର ୩ ରନ କରିଥିଲେ। ଆଜି ଦ୍ୱିତୀୟ ଦିନରେ ସାଂରାଶ ଜୈନ ୬ ନ କରି ଆଉଟ ହେବା ପରେ ପୁଣି ବ୍ୟାଟିଂ କରିବାକୁ ଆସିଥିଲେ। ଏହାପରେ ସେ ଦମଦାର ଇନିଂସ ଖେଳି ସମସ୍ତଙ୍କୁ ଦକ୍ଷତାର ପ୍ରମାଣ ଦେଇଥିଲେ। ଏଥିସହ ଧ୍ରୁବ ଜୁରେଲଙ୍କ ସହ ମଶି ଦଳୀୟ ସ୍କୋରକୁ ୪୦୦ ପାର କରାଇଥିଲେ। ଲଞ୍ଚ ପରେ ବଡ଼ ଶଟ ଖେଳିବା ଲୋଭରେ ପନ୍ତ ଶେଷରେ ୬୩ ରନ କରି ଆଉଟ ହୋଇଛନ୍ତି। ୮୯ ବଲରେ ୬୩ ରନ କରିଥିବା ପନ୍ତଙ୍କ ବ୍ୟାଟରୁ ୬ଟି ଚୌକା ଓ ୨ଟି ଛକା ଦେଖିବାକୁ ମିଳିଛି।






