ଏ.କେ ବ୍ୟୁରୋ : ଏହାପୂର୍ବରୁ ଆନ୍ଧ୍ର ପ୍ରଦେଶରେ ଜୁନ୍ ୨୬ରୁ ଜୁଲାଇ ୧୬ ମଧ୍ୟରେ ୧୨ ଜଣ କୋଭିଡ୍ -୧୯ରେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୪ ଜଣ ରୋଗୀ ସଂକ୍ରମଣର ଯୋଗୁ ପ୍ରାଣ ହରାଇଛନ୍ତି। COVID Returns! ବେଶ କିଛି ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ ଫେରିଛି କରୋନା ଭାଇରାସ। ଆନ୍ଧ୍ର ପ୍ରଦେଶ ପରେ ପରେ ଓଡ଼ିଶାରେ ମାରାମତ୍କ କରୋନା ଭାଇରସ ପ୍ରବେଶ କରିଛି।

ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ଆକ୍ରାନ୍ତ ଜଣଙ୍କ ଜଣେ ମହିଳା। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମହିଳା ଜଣଙ୍କୁ ଥଣ୍ଡାଜ୍ୱର ଲାଗି ରହିଥିବାରୁ ସେ ଏମକେସିଜିରେ ବେଶ କିଛି ଦିନ ହେବ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କର କରୋନା ଟେଷ୍ଟ କରା ଯାଇଥିଲା। ଏହି ସମୟରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିଲା। ତାଙ୍କ ଲକ୍ଷଣ ସାମାନ୍ୟ ରହିଥିଲେ ହେଁ ସୁରକ୍ଷା ଦୃଷ୍ଟିରୁ ଏବେ ବି ସେ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି।






