ଏ.କେ ବ୍ୟୁରୋ : ଆତ୍ମନିର୍ଭର ଓଡ଼ିଶା ଇନ୍ ପଲସେସ୍ ଯୋଜନା ଅନ୍ତର୍ଗତ କଣ୍ଟାମାଳ ବ୍ଲକରେ ହରଡ଼ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବୃହତ ବିହନ ବଣ୍ଟନ ଓ ଚାଷୀ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୀଳକଣ୍ଠେଶ୍ୱର ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ୍, କୁମରକେଲିର ମିଳିତ ଆନୁକୂଲ୍ୟରେ ଏବଂ *ICRISAT* ର ସହାୟତାରେ କାର୍ଯ୍ୟକାରୀ ହୋଇଥିବା ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ବ୍ଲକର 100 ହେକ୍ଟର ଜମିରେ ହରଡ଼ ଚାଷ ପାଇଁ ସମସ୍ତ ଚାଷୀଙ୍କୁ ଉନ୍ନତ ମାନର ହରଡ଼ ବିହନ ଯୋଗାଇ ଦିଆଯାଇଛି। 
ଏହି କାର୍ଯ୍ୟକ୍ରମରେ ବ୍ଲକର 4 ରୁ 5 ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁର ଚାଷୀମାନେ ସାମିଲ ହୋଇଥିଲେ। ICRISAT ର ସହଯୋଗରେ ଚାଷୀମାନଙ୍କୁ ଉତ୍ତମ ଗୁଣବତ୍ତାର ବିହନ ପ୍ରଦାନ କରାଯିବା ସହ ବୈଜ୍ଞାନିକ ଉପାୟରେ ଚାଷ କରିବା ନେଇ ପ୍ରଶିକ୍ଷଣ ଦିଆଯାଇଥିଲା।
ନୀଳକଣ୍ଠେଶ୍ୱର FPO ପକ୍ଷରୁ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି ଯେ ଫସଲ ଅମଳ ପରେ FPO ତରଫରୁ ସମର୍ଥନ ମୂଲ୍ୟରେ ହରଡ଼ କିଣାଯିବ। ଏହା ଦ୍ୱାରା ଚାଷୀମାନେ ବଜାର ସମସ୍ୟାରୁ ମୁକ୍ତ ହୋଇ ନିଶ୍ଚିତ ଆୟ ପାଇ ପାରିବେ। ଏହି ପଦକ୍ଷେପ ଦ୍ୱାରା କଣ୍ଟାମାଳ ଅଞ୍ଚଳରେ ଡାଲି ଉତ୍ପାଦନ ବୃଦ୍ଧି ପାଇବା ସହ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି।
କଣ୍ଟାମାଳ ବ୍ଳକରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






