ଅନୁଗୋଳ : ବଅଁରପାଳ ବ୍ଲକ ଗଡସନ୍ତ୍ରୀ ପଞ୍ଚାୟତର ପ୍ରଦୀପ ଅମାନ୍ତ କିଡନୀ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ଏହି ଖବର ପାଇଁ ବଅଁରପାଳ ଅଞ୍ଚଳର ସମାଜସେବୀ ଅଭିମନ୍ୟୁ ସାହୁ ତାଙ୍କ ଘରେ ପହଞ୍ଚି ଭଲମନ୍ଦ ବୁଝିବା ସହ ଉତ୍ତମ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା (୧୦,୦୦୦) ପ୍ରଦାନ କରିଛନ୍ତି।

ସବୁବେଳେ ଦୁଃଖୀ ରଙ୍କିଙ୍କର ସେବା କରି , ଗରୀବଙ୍କ ଦୁଆରେ ଛିଡ଼ା ହୋଇ ବେଶ ପ୍ରସଂଶା ସାଉଁଟୁ ଥିବା ନିଆରା ମଣିଷଟିଏ ଅଭିମନ୍ୟୁ ସାହୁ। ଏମିତି ସମାଜର ଗରୀବ, ଅବହେଳିତ, ନିଷ୍ପେସିତ, ଅସହାୟ, ଦୁଃଖୀରଙ୍କିଙ୍କର ସେବା ଜାରି ରହିବ ବୋଲି ସୂଚନା ଦେଇଛନ୍ତି।

ପ୍ରଦୀପଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲା ବେଳେ ସମାଜସେବୀ ଅଭିମନ୍ୟୁ ସାହୁଙ୍କ ସହ ଗଡସନ୍ତ୍ରୀ ସରପଞ୍ଚ ଟଙ୍କଧର ବେହେରା, ସମାଜସେବୀ ସୁବାଷ ସାମଲ, ସୁବ୍ରତ କୁମାର ସାହୁ, ଗଡସନ୍ତ୍ରୀ ସଭାପତି ଦାଶରଥି ପାଇକ, ସମ୍ପାଦକ ଅରୁଣ ସାହୁ, ଲୋଭୀ ଠାକୁରାଣୀ ଟ୍ରଷ୍ଟର ସଭାପତି ସୁନୀଲ କୁମାର ମାଝୀ, ବିକ୍ରମ ମାଝୀ, ମନୋଜ ମାଝୀ, ବିନୟ ମାଝୀ, ବିଦ୍ୟାଧର ସାମଲ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।






