ଏ.କେ ବ୍ୟୁରୋ : ରାଜସମନ୍ଦ ଜିଲ୍ଲାର ରେଲମଗରା ଥାନା ଅଞ୍ଚଳ ଅଧୀନ ବନେଡିଆ ଗ୍ରାମ ପଞ୍ଚାୟତର ତୁର୍କିୟା ଖେଡ଼ା ଗାଁ ନିକଟରେ ଗୁରୁବାର ଅପରାହ୍ଣ ପ୍ରାୟ ୩ଟା ୩୦ ମିନିଟ୍ ସମୟରେ ଦୁର୍ଘଟଣା ଘଟିଛି । ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ରେଲମଗରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଣେଶ ବିସର୍ଜନ ପରେ ଟ୍ରାକ୍ଟର-ଟ୍ରଲିରେ ନିଜ ଗାଁକୁ ଫେରୁଥିବା ବେଳେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।
ଖବର ଅନୁସାରେ, ରାଜସମନ୍ଦ ଜିଲ୍ଲାର ରେଲମଗରା ଥାନା ଅଞ୍ଚଳ ଅଧୀନ ବନେଡିଆ ଗ୍ରାମ ପଞ୍ଚାୟତର ତୁର୍କିୟା ଖେଡ଼ା ଗାଁ ନିକଟରେ ଗୁରୁବାର ଅପରାହ୍ଣ ପ୍ରାୟ ୩ଟା ୩୦ ମିନିଟ୍ ସମୟରେ ଦୁର୍ଘଟଣା ଘଟିଛି । ଗଣେଶ ବିସର୍ଜନ କାର୍ଯ୍ୟକ୍ରମ ସାରି ପିଲାମାନେ ଟ୍ରାକ୍ଟର-ଟ୍ରଲିରେ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟରଟି ଏକ ମୋଡ଼ରେ ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଫଳରେ ଟ୍ରଲିରେ ବସିଥିବା ଲୋକମାନେ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ ।
ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ପଠାଇବା ସହ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ରେଲମଗରା ଥାନାଧିକାରୀ ପ୍ରବୀଣ ସିଂହଙ୍କ ସୂଚନା ଅନୁସାରେ, ଦୁର୍ଘଟଣା ପରେ ଟ୍ରଲି ତଳେ ଚାପି ଯାଇଥିବା ତିନି ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରୁ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ମଧ୍ୟ ମୃତ୍ୟୁବରଣ କରିଥିଲେ ।






