ଏ.କେ ବ୍ୟୁରୋ : ଣିକି ଆଉ ଟ୍ରାଫିକ୍ ପୁଲିସ ହାତରେ ଧରାପଡ଼ିବାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ କିମ୍ବା ଗାଡ଼ି କାଗଜପତ୍ରକୁ ଠିକ୍ ନ ରଖିଲେ, ଆପେଆପେ ଚାଲାଣ କଟି ମୋବାଇଲକୁ ମେସେଜ୍ ଚାଲି ଆସିବ । ରାଜ୍ୟରେ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗତ ୧ ତାରିଖରୁ ସ୍ୱତନ୍ତ୍ର ଇ-ଡିଟେକ୍ଟନ୍ ସିଷ୍ଟମ୍ କାର୍ଯ୍ୟକାରୀ କରାଯାଇଛି । ଏହି ବ୍ୟବସ୍ଥା ଦ୍ୱାରା ପରିବହନ ନିୟମକୁ ଅମାନ୍ୟ କରୁଥିବା ଗାଡ଼ି ଚାଳକଙ୍କ ଆପେଆପେ ଚାଲାଣ କଟିବ ।
ବିଶେଷକରି ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର (ପିୟୁସି) ଏବଂ ମୋଟର ଯାନ ବୀମାର ଅବଧି ଶେଷ ହୋଇଯାଇଥିଲେ କିମ୍ବା ନବୀକରଣ କରାଯାଇନଥିଲେ ଏହି ଅତ୍ୟାଧୁନିକ ସିଷ୍ଟମ୍ ଜରିଆରେ ସ୍ୱୟଂଚାଳିତ ଭାବେଟ୍ରାଫିକ୍ ଉଲ୍ଲଙ୍ଘନ କଲେ କଟିବ ଚାଲାଣଗାଡ଼ି କାଗଜପତ୍ର ଠିକ୍ କରିବାକୁ ନିର୍ଦ୍ଦେଶଇ-ଚାଲାଣ ଜାରି ହୋଇଯିବ । ରାଜ୍ୟର ବିଭିନ୍ନ ପ୍ରମୁଖ ରାସ୍ତାଘାଟ, ଛକ ଏବଂ ରାଜପଥରେ ଅତ୍ୟାଧୁନିକ ସିସି କ୍ୟାମେରା ଏବଂ ଅଟୋମେଟେଡ୍ ନମ୍ବର ପ୍ଲେଟ୍ ରିକଗ୍ନିସନ୍ (ଏଏନପିଆର୍) କ୍ୟାମେରା ସ୍ଥାପନ କରାଯାଇଛି । ଏହି କ୍ୟାମେରାଗୁଡ଼ିକ ରାସ୍ତାରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ୍କୁ ସ୍କାନ୍ କରିଥାଏ । ସ୍କାନ୍ ହୋଇଥିବା ନମ୍ବରଟି ପରିବହନ ବିଭାଗର କେନ୍ଦ୍ରୀୟ ଡାଟାବେସ୍ (ବାହନ ପୋର୍ଟାଲ) ସହିତ ସଂଯୁକ୍ତ ରହିଥାଏ । ତତକ୍ଷଣାତ୍ ସିଷ୍ଟମଟି ସେହି ଗାଡ଼ିର ବୈଧାନିକ କାଗଜପତ୍ର-ଯଥା-ପ୍ରଦୂଷଣ ପ୍ରମାଣପତ୍ର, ବୀମା, ଫିଟନେସ୍ ସାର୍ଟିଫିକେଟ୍ ଏବଂ ପଞ୍ଜୀକରଣ ଆଦିର ସ୍ଥିତି ଯାଞ୍ଚ କରିବ ।
ଯଦି ଗାଡ଼ିର କୌଣସି ଜରୁରୀ କାଗଜପତ୍ରର ଅବଧି ସରିଯାଇଥାଏ କିମ୍ବା ବୈଧ ନଥାଏ, ସିଷ୍ଟମ୍ ତୁରନ୍ତ ଇ-ଚାଲାଣ ପ୍ରସ୍ତୁତ କରି ଗାଡ଼ି ମାଲିକଙ୍କ ମୋବାଇଲ୍ ନମ୍ବରକୁ ପଠାଇଦେବ ।ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଗାଡ଼ି ମାଲିକମାନେ ନିଜ ଦାୟିତ୍ୱରୁ କୌଣସି ପରିସ୍ଥିତିରେ ଖସିପାରିବେ ନାହିଁ । ପ୍ରତ୍ୟେକ ମୋଟର ଯାନ ପାଇଁ ବୈଧ ପ୍ରଦୂଷଣ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ । ତୃତୀୟ ପକ୍ଷ ବୀମା କିମ୍ବା ବ୍ୟାପକ ବୀମାର ଅବଧି ଯେପରି ସମୟ ଅନୁସାରେ ନବୀକରଣ ହୁଏ, ସେଥିପ୍ରତି ସତର୍କ ରୁହନ୍ତୁ । ପୂର୍ବରୁ ଯଦି କୌଣସି ଇ-ଚାଲାଣ କିମ୍ବା ଟ୍ରାଫିକ୍ ଜୋରିମାନା ବାକି ରହିଛି, ତେବେ ତୁଳନାତ୍ମକ ଭାବେ ତାହାକୁ ଶୀଘ୍ର ପୈଠ କରିବାକୁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସରକାରୀ ପରିବହନ ପୋର୍ଟାଲ୍ ପରିଦର୍ଶନ କରି ନିଜ ଗାଡ଼ିର ସ୍ଥିତି ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ଏବଂ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ପରିବହନ ବିଭାଗର ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି । ଅନେକ ସମୟରେ ଗାଡ଼ି ମାଲିକମାନେ ବୀମା କିମ୍ବା ପ୍ରଦୂଷଣ ପ୍ରମାଣପତ୍ର ନବୀକରଣ କରିବାରେ ଅବହେଳା କରିଥା’ନ୍ତି । ଏହା ଟ୍ରାଫିକ୍ ନିୟମର ସିଧାସଳଖ ଉଲ୍ଲଙ୍ଘନ ହେଉଥିବା ଦେଖାଯାଉଛି । ସମସ୍ତ ଗାଡ଼ି ମାଲିକ ଏବଂ ଚାଳକ ସଚେତନ ହୋଇ ନିଜ ଗାଡ଼ିର କାଗଜପତ୍ରକୁ ଅପ୍-ଟୁ-ଡେଟ୍ ରଖିବାକୁ ପରିବହନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






