ଏ.କେ ବ୍ୟୁରୋ : ଚାକିରୀ କରାଇଦେବା ନାଁରେ ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି ଛତ୍ରପୁର ଥାନା ପୋଲିସ l ଗିରଫ ଅଭିଯୁକ୍ତ ମାନେ ହେଲେ ଦୀପା ବେହେରା, ନାରାୟଣ ସେଠି, ବିଷ୍ଣୁ ପ୍ରିୟା ବେହେରା ଓ ସୁନିତା ଦାସ l ଗତକାଲି ଛତ୍ରପୁରର ଏକ ଘରୋଇ କଲ୍ୟାଣ ମଣ୍ଡପରେ ଚାକିରୀ ପାଇଁ ଇଣ୍ଟରଭ୍ୟୁ ବେଳେ ପ୍ରଥମେ ଉତ୍ତେଜନା ପ୍ରକାଶ ପାଇଥିଲା l
ପରେ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା l ଆଜି ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ଛତ୍ରପୁର ଥାନାଧିକାରି ସବ୍ୟସାଚୀ ମଲ୍ଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଗତ ୧ ବର୍ଷରୁ ଉର୍ଦ୍ଧ ସମୟ ଧରି ଏମାନେ ଛତ୍ରପୁର ଅଂଚଳରେ ଏପରି ଯୁବ ପିଢ଼ି ମାନଙ୍କୁ ଠକି ଚାଲିଥିଲେ l
ଗତକାଲି କିଛି ଆଶାୟୀ ପ୍ରାର୍ଥୀ ଇଣ୍ଟରଭ୍ୟୁ ବେଳେ ପଇସା ମାଗିବାରୁ ଧରି ପୋଲିସରେ ଜିମା ଦେଇଥିଲେ l ଏପରିକି ମିଥ୍ୟା ନିଯୁକ୍ତି ପତ୍ର ଓ ଆଇ କାର୍ଡ ଦେଇ ଯୁବ ପିଢିଙ୍କୁ ଠକିଚାଲିଥିଲେ ଅଭିଯୁକ୍ତମାନେ l ଛତ୍ରପୁର ଥାନାରେ ୪୨୦ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା l ଆଜି ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି l ଅଭିଯୁକ୍ତ ମାନଙ୍କ ଠାରୁ ୨୫ ହଜାର ଟଙ୍କା, ଏକ ବାଇକ, ୩ ଟି ମୋବାଇଲ ଫୋନ, ଫେକ ନିଯୁକ୍ତି ପତ୍ର ଓ ଆଇଡି କାର୍ଡ ମଧ୍ୟ ପୋଲିସ ଜବତ କରିଛି l






