ଏ.କେ ବ୍ୟୁରୋ : ବୁଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। ଅଞ୍ଚଳରେ ସକ୍ରିୟ ଥିବା ଏକ ଛେଳି ଚୋରି ଗ୍ୟାଙ୍ଗକୁ ଠାବ କରି ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୪ଟି ଚୋରା ଛେଳି ଓ ଅପରାଧରେ ବ୍ୟବହୃତ ଡାଲା ଅଟୋକୁ ଜବତ କରିଛି।ପୋଲିସ ସୂଚନା ଅନୁଯାୟୀ, ବୁଗୁଡ଼ା ଥାନା କେସ୍ ନଂ ୪୬୧/୨୦୨୬ ଆଧାରରେ ଭଞ୍ଜନଗର ଏସ୍ଡିପିଓ ଡକ୍ଟର ଦୀପକ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଆସିକା ଥାନା କମାଗଡ଼ାର ପ୍ରକାଶ ପାତ୍ର (୫୦), ବୁଗୁଡ଼ା ଥାନା ନିମପଦର ଗ୍ରାମର ସୁଶାନ୍ତ ସାହୁ (୩୩) ଓ ଶିବରାମ ଘଡ଼େଇ (୩୦)।ଏହି ଚଢ଼ାଉରେ ବାଲିପଦର ଫାଣ୍ଡି ଓଆଇସି କେ. ନୀଳାଦ୍ରୀ ରେଡ୍ଡୀ, ସବଇନ୍ସପେକ୍ଟର ଜ୍ୟୋତିଶ୍ରୀ ସାହୁ, ଅଜୟ କୁମାର ମଲ୍ଲିକ ଓ ଏଏସ୍ଆଇ ସୁମନ୍ତ କୁମାର ବେହେରା ସମେତ ଥାନାର ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଉଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର






