ଏ.କେ ବ୍ୟୁରୋ :ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିଷ୍ଠା ଆଗରେ ହାର ମାନିଛି ଗରିବୀ। ଜଣେ ମଧ୍ୟବିତ୍ତ ପରିବାରର ପୁଅ ଆଜି ନିଜ ଗାଁ ତଥା ସମଗ୍ର ବୌଦ୍ଧ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ। ବୌଦ୍ଧ ବ୍ଲକ ଖାଲିଆପାଲି ପଞ୍ଚାୟତ ତାଳପଦର ଗ୍ରାମର ସନ୍ତୋଷ କର୍ମୀଙ୍କ ସୁପୁତ୍ର ପ୍ରତ୍ୟୁଷ କର୍ମୀ ରାଜସ୍ୱ ନିରୀକ୍ଷକ (RI) ଭାବେ ମନୋନୀତ ହୋଇଛନ୍ତି।
ଜଣେ ମଧ୍ୟବିତ୍ତ ପରିବାରର ହୋଇଥିଲେ ସୁଦ୍ଧା ସନ୍ତୋଷ କର୍ମୀ ନିଜ ପୁଅଙ୍କ ପାଠପଢ଼ାରେ କୌଣସି ଅଭାବ ରଖିନଥିଲେ। ବାପାଙ୍କ କଠିନ ସଂଘର୍ଷ ଓ ନିଜର ଦିନରାତି ଏକ କରିଥିବା ପରିଶ୍ରମ ବଳରେ ପ୍ରତ୍ୟୁଷ ଆଜି ଏହି ବଡ଼ ସଫଳତା ହାସଲ କରିଛନ୍ତି। ପ୍ରତ୍ୟୁଷଙ୍କ ଏହି ସଫଳତା ପରେ ତାଳପଦର ଗାଁ ସମେତ ପୁରା ଖାଲିଆପାଲି ପଞ୍ଚାୟତରେ ଖୁସିର ଲହରୀ ଖେଳିଯାଇଛି। ପ୍ରତ୍ୟୁଷଙ୍କ ଏହି ଗୌରବମୟ ସଫଳତା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ତାଙ୍କୁ ଓ ତାଙ୍କ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଉଛି। ତାଙ୍କର ଆଗାମୀ ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ହେଉ, ଏହାହିଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
ବୌଦ୍ଧରୁ କୃତିବାସ ପଳିଆଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






