ଏ.କେ ବ୍ୟୁରୋ : ହାଇଓ୍ବା ଧକ୍କାରେ ଶାଳୀ ମୃତ, ଭିଣୋଇ ଗୁରୁତରତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ବାଇପାସ୍ ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭିଣୋଇ ଗୁରୁତର ଆହତ ହୋଇଛନ୍ତି । ଶାଳୀ-ଭିଣୋଇ ବାଇକ୍ରେ ଆସୁଥିବା ବେଳେ ଏକ ହାଇଓ୍ବା ଧକ୍କା ଦେଇଥିଲା।
ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଗଡ଼ପଳାଶୁଣି ଅଞ୍ଚଳର ସ୍ବରାଜ୍ ସିଂହ ଓ ତାଙ୍କ ଶାଳୀ ବାଇକ୍ରେ ତାଳଚେର ଆସୁଥିବା ବେଳେ ବାଇପାସ୍ ଛକ ନିକଟରେ ଏକ ହାଇଓ୍ବା ( ଓଡ଼ି ୩୫ଜି୧୦୬୮) ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶାଳୀଙ୍କ ମୃତ୍ୟୁ ହୋଇଥିଲା ବେଳେ ସ୍ବରାଜ୍ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଯାହାକୁ ନୈ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।ଅନୁଗୋଳ ରୁ ଶ୍ୟାମଘନ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






