ଏ.କେ ବ୍ୟୁରୋ : ବସନ୍ତ ସୋସିଆଲ ଫାଉଣ୍ଡେସନ, ନୂଆଦିଲ୍ଲୀ’ (ଶାଖା – ମନମୁଣ୍ଡା) ପକ୍ଷରୁ କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ଦମାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ୱାଟର କୁଲର ଏବଂ ଆକ୍ୱାଗାର୍ଡ ପ୍ରଦାନ କରାଯାଇଛି। ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତାଙ୍କ ଉଦ୍ୟମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶୁଦ୍ଧ ଓ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଏହି ସାହାଯ୍ୟ ପ୍ରଦାନ କରାଯାଇଛି।

ଫାଉଣ୍ଡେସନର ଏହି ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ଦମାମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନୀତା ମେହେର, ସହକାରୀ ଶିକ୍ଷୟିତ୍ରୀ ଲିପିକା ଲୋହା, ସୌଦାମିନୀ ହୋତା, ମମତା ଦେବୀ ଉଦବସାଗର, ମୀନା ନାୟକ ଏବଂ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ‘ବସନ୍ତ ସୋସିଆଲ ଫାଉଣ୍ଡେସନ’କୁ ଆନ୍ତରିକ ଧନ୍ୟବାଦ ଓ ସାଧୁବାଦ ଜଣାଇଛନ୍ତି।
କଣ୍ଟାମାଳରୁ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






