ଏ.କେ ବ୍ୟୁରୋ : ସ୍ୱାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ଚାଲିଥିବା “ହର ଘର ତ୍ରିରଙ୍ଗା” ଅଭିଯାନର ଅଂଶ ସ୍ୱରୂପ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଅନୁଗୋଳ ଜିଲ୍ଲା ପାଳଲହଡା ନଗର ୟୁନିଟ୍ ତରଫରୁ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ, ଖମାର ପରିସରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇ ଖମାର ବଜାର ଛକ ପରିକ୍ରମା କରି ପୁଣି ମହାବିଦ୍ୟାଳୟଠାରେ ପରିସମାପ୍ତ ହୋଇଥିଲା।

ଏହି ଶୋଭାଯାତ୍ରାରେ ଖମାର ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ୫୫୦ରୁ ଅଧିକ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ଧରି ଯୋଗ ଦେଇଥିଲେ। “ଭାରତ ମାତା କୀ ଜୟ” ଏବଂ “ବନ୍ଦେ ମାତରମ୍” ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରତିଧ୍ୱନିତ ହୋଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ପ୍ରତି ସମ୍ମାନ ଜଣାଇବା ସହ ଦେଶପ୍ରେମର ଶପଥ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଏବିଭିପି ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରିୟାଂଶୁ ସାହୁ, ପାଳଲହଡା ନଗର ସମ୍ପାଦକ ସାଇ ବିଘ୍ନେଶ ସାହୁ, ସହ-ସମ୍ପାଦକ ଅଜିତ ନାୟକ, କମ୍ପାସ ୟୁନିଟ୍ ସଭାପତି ଆକାଶ ଦଣ୍ଡପଟ, ନଗର ଖେଳ ପ୍ରମୁଖ ରୁଦ୍ରପ୍ରକାଶ ମାଝୀ ଉପସ୍ଥିତ ଥିଲେ। ଏହାବ୍ୟତୀତ ଛାତ୍ର ସତ୍ୟଜିତ ସେଠୀ, ସୁଦର୍ଶନ ସାହୁ, ମିଥୁନ ମହାପାତ୍ର, ସଚିନ ମହାପାତ୍ର, ଛାତ୍ରୀ ପୂଜା, ଜ୍ୟୋତି, ମନିଷା, ରୂପାଲିଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ଅନୁଗୋଳ ରୁ ଶ୍ୟାମଘନ ନାୟକ ରିପୋର୍ଟ ଆପଣ ଙ୍କ ଖବର






