ଆଠଗଡ଼: ସରକାରଙ୍କ ନିର୍ଦେଶକୁ ନରସିଂହପୁର ଶିକ୍ଷା ବିଭାଗର ଫୁ।ରାଜ୍ୟର ଏକକ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି ନେଇ ୧୫ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ହୋଇଛି।
ଚିଠି ନମ୍ବର ୨୦୬୮୪ ତା୬/୮/୨୬ ଜିଲ୍ଲାପାଳ ମାନେ ଜଣାଇବେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି।ବ୍ଲକରେ ଜଣେ ଶିକ୍ଷକରେ ଚାଲିଛି ୧୨ ଟି ବିଦ୍ୟାଳୟ।ସେହିପରି ବ୍ଲକର ମାନପୁର ପ୍ରାଥମିକ ବିଦ୍ୟାଳୟରେ ୬ ଟି ଶ୍ରେଣୀ ପାଇଁ ମାତ୍ର ଜଣେ ଶିକ୍ଷକ ଅଛନ୍ତି। ଯାହା ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।୧୧/୯/୧୯୫୩ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମାନପୁର ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ୨୬ ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି, ଶିଶୁ ବାଟିକାରେ ୩ ଜଣ, ପ୍ରଥମ ଶ୍ରେଣୀରେ ୩ ଜଣ ଦ୍ୱିତୀୟ ଶ୍ରେଣୀରେ ଜଣେ, ତୃତୀୟ ଶ୍ରେଣୀରେ ୭ଜଣ, ଚତୁର୍ଥରେ ୪ ଜଣ ପଞ୍ଚମରେ ୮ ଜଣ ଏହିପରି ୨୬ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି।
ଗତ ମେ ମାସ ୩୧ତାରିଖରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ଭୂଷଣ ସାହୁ ଅବସର ନେବା ପରେ ଏହି ବିଦ୍ୟାଳୟଟି ଜଣେ ଶିକ୍ଷୟିତ୍ରୀରେ ଚାଲିଛି। ବିଦ୍ୟାଳୟର କାଗଜପତ୍ର ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ମାତ୍ର ଜଣେ ଶିକ୍ଷୟିତ୍ରୀଙ୍କ କାନ୍ଧରେ ଯାହା ଫଳରେ ପାଠପଢା ବାଧାପ୍ରାପ୍ତ ହେଉଛି।

ଏନେଇ ଶୁକ୍ରବାର ଗ୍ରାମବାସୀ ଓ ଅଭିଭାବକ ମାନେ ବିଦ୍ୟାଳୟରେ ପହଁଞ୍ଚି ତୁରନ୍ତ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ପାଇଁ ଶିକ୍ଷୟିତ୍ରୀଙ୍କୁ ଜଣାଇବା ସହ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ନହେଲେ ଆଗାମୀ ଦିନରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ ଘେରାଉ କରି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସେହିପରି ବ୍ଲକର ମିଟିକାପୁର ପ୍ରାଥମିକ ବିଦ୍ୟାଳୟ ୨୦୨୫ ମେ ମାସରୁ ଜଣେ ଶିକ୍ଷକରେ ଚାଲିଥିବା ବେଳେ ମହୁରାଖିଆ ପ୍ରାଥମିକ ବିଦ୍ୟାଳୟ ରେ ୨ବର୍ଷ ହେବ, ଅରଖବାଡ଼ି ବିଦ୍ୟାଳୟରେ ଦେଢ଼ ବର୍ଷ, ସୀତାରାମପୁର ୨ବର୍ଷ, ବିଞ୍ଚଣାବାଟି ୧ ବର୍ଷ, ଚତରାପଦା ପ୍ରାୟ ୮ ମାସ, କାଠଖୁଣ୍ଟ ଶଶୀ ଦେବରାଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେଢ଼ ବର୍ଷ ହେବ ଜଣେ ଶିକ୍ଷକ,ବାଗଧରିଆ ମାଧବାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,,କନ୍ଧବେରେଣୀ ପ୍ରାଥମିକ ବିଦ୍ୟାଳୟ ସହିତ ବ୍ଲକର ୧୨ଟି ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଜଣେ ଜଣେ ଶିକ୍ଷକରେ ଚାଲିଛି ଏହି ବିଦ୍ୟାଳୟ।






