ଏ.କେ ବ୍ୟୁରୋ : ବୁଗୁଡ଼ା ଥାନା ଅଞ୍ଚଳ ର ଜନୈକ ନାବାଳିକା କୁ ଅପହରଣ କରି ନେଇଥିବା ମାମଲା ରେ ପୋଲିସ୍ ଅଭିଯୁକ୍ତ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଯାଦବ ସହି ର ଡ଼ି ଆନନ୍ଦ ପାତ୍ର (୨୬) ଏନେଇ ପୋଲିସ୍ ପକ୍ଷରୁ ୨୨୨/୨୬ ରେ ଏକ ମାମଲା ରୁଜୁ ହୋଇ ଥିବା ଆଇ ଆଇ ସି ସୀତାଂଶୁ ଶେଖର ମାନ୍ଧାତା ଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ ଗତ ମେ ମାସ ୩ ତାରିଖ ଦିନ ଆନନ୍ଦ ଜନୈକା ନାବାଳିକା ଙ୍କୁ ଅପହରଣ କରିନେଇଥିଲେ । ଏନେଇ ସମ୍ପୃକ୍ତ ନାବାଳିକା ର ପରିବାର ଲୋକେ ବୁଗୁଡ଼ା ଥାନା ରେ ଅଭିଯୋଗ କରିଥିଲେ। ତେବେ ପୋଲିସ୍ ଉଭୟ ଙ୍କୁ ପୁରୀ ଜିଲ୍ଳା ଡେଲାଙ୍ଗ ରୁ ଗିରଫ କରିଥିଲା । ଡାକ୍ତରୀ ମଇନା ପରେ ନାବାଳିକା କୁ ବାଳାଶ୍ରମ ରେ ଛାଡ଼ିଥିବା ବେଳେ ଅଭିଯୁକ୍ତ ଆନନ୍ଦ କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଘଟଣା ର ତଦନ୍ତ କରୁଥିବା ଏସାଇ ଜ୍ୟୋତିଶ୍ରୀ ସାହୁ ଙ୍କ ଠାରୁ ପ୍ରକାଶ ପାଇଛି।
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର ।






