ଏ.କେ ବ୍ୟୁରୋ: ମହାନଦୀରେ ଅଘଟଣ । ପାଣି ଉଠାଉଥିବା ବେଳେ ବୁଡିଗଲା ପୁଅ । ପୁଅକୁ ଉଦ୍ଧାର କରିବାକୁ ଯାଇ ବାପା ମୃତ । ମୃତକ ହେଲେ ନିମିଢିହି ଗାଁ ଇଶ୍ଵର ବାରିକ । ଗୁରୁତର ପୁଅକୁ କୁଜଙ୍ଗ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଭୂତୁମୁଣ୍ଡାଇ ପୋଲ ନିକଟ ମହାନଦୀରେ ଘଟିଛି ଘଟଣା । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।
ସୂଚନା ମୁତାବକ କାଲି ଶ୍ରାବଣ ସୋମବାର ଥିବାରୁ କାଉଡ଼ିଆମାନେ ବିଭିନ୍ନ ଶୈବ ପୀଠକୁ ଯିବା ପାଇଁ ଭୂତମୁଣ୍ଡାଇ ପୋଲ ନିକଟ ମହାନଦୀରେ ଆଜି ରାତିରେ ପାଣି ଉଠାଉ ଥିବା ବେଳେ ନିମିଢିହି ଗ୍ରାମର ଇଶ୍ୱର ବାରିକ ଓ ତାର ପୁଅ ପାଣି ଉଠାଉଥିବା ବେଳେ ପୁଅ ହଠାତ୍ ପାଣିରେ ବୁଡିଯାଇଥିଲା । ତେବେ ଉଦ୍ଧାର କରିବାକୁ ଯାଇ ବାପା ପାଣିରେ ବୁଡି ନିଖୋଜ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଗୁରୁତର ଅବସ୍ଥାରେ ପୁଅକୁ ଉଦ୍ଧାର କରାଯାଇ କୁଜଙ୍ଗ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।






