ଏ.କେ ବ୍ୟୁରୋ : ବୁଗୁଡ଼ା ପିପୁଲସ୍ କଲେଜ୍ ରେ ସୋମବାର ଦିନ ଓଡିଶା ପୋଲିସ୍ ପକ୍ଷରୁ “ନିଶାମୁକ୍ତ ଓଡିଶା ଏବଂ ସାଇବର ଠକେଇ ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ କଲେଜ୍ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ଯୋଗଦାନ କରି ଛାତ୍ର, ଛାତ୍ରୀ ମାନଙ୍କୁ ନିଶା ସେବନ ର ଅପକାରିତା ବିଷୟରେ ଅବଗତ କରାଇଥିଲେ ଏବଂସମସାମୟିକ ସମୟରେ ଘଟୁଥିବା ବିଭିନ୍ନ ପ୍ରକାର ର ସାଇବର ଠକେଇ ବିଷୟରେ ସଚେତନ କରାଇଥିଲେ ।
ଏହି ସଚେତନତା ଶିବିର ରେ କଲେଜ ର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଶ୍ରୀ ଅକ୍ଷୟ କୁମାର ସାହୁ ନିଶା ସେବନ କିପରି ପରିବାର ଏବଂ ସମାଜକୁ କଳୁଷିତ କରୁଛି ସେ ବିଷୟରେ ଅବଗତ କରାଇଥିଲେ। ପରିଶେଷରେ ଅର୍ଥନୀତି ବିଭାଗ ବିଭାଗ ର ମୁଖ୍ୟ ଅଧ୍ୟାପକ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟାପକ, ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ଏବଂ ୨୦୦ ରୁ ଉର୍ଦ୍ଧ ଛାତ୍ର,ଛାତ୍ରୀ ଉପସ୍ଥିତ ଥିଲେ ।
ବୁଗୁଡ଼ାରୁ ଆଶିଷ କୁମାର ଖାଡ଼ଙ୍ଗାଙ୍କ ରିପୋର୍ଟ ଆପଣଙ୍କ ଖବର






