ପୁରୀ ରେ ହେବାକୁ ଥିବା ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ରାଜ୍ୟ ପୋଲିସ ବାହିନୀ ର ବରିଷ୍ଠ ଅଧିକାରୀ ଓ କେନ୍ଦ୍ରୀୟ ପୋଲିସ ବାହିନୀ ର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା କରିଛନ୍ତି।
ପୋଲିସ ମୁଖ୍ୟାଳୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁରକ୍ଷିତ, ଶୃଙ୍ଖଳିତ, ତ୍ରୁଟିଶୂନ୍ୟ ଏବଂ ବିଭିନ୍ନ ସୁରକ୍ଷା ସଂସ୍ଥା ମଧ୍ୟରେ ସମନ୍ୱୟ କୁ ଆହୁରି ସୁଦୃଢ଼ କରିବା ନିମନ୍ତେ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀମାନଙ୍କ ସହିତ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (CRPF), ସୀମା ସୁରକ୍ଷା ବଳ (BSF), ରେଳ ସୁରକ୍ଷା ବଳ (RPF), ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ଭଳି ଗୁରୁତ୍ଵପୂର୍ଣ୍ଣ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ରଥଯାତ୍ରାର ସମସ୍ତ ସୁରକ୍ଷା ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା କରିଥିଲେ।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ






