ଏ.କେ ବ୍ୟୁରୋ : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ମୁଦୁପୁର ପଞ୍ଚାୟତ କନ୍ତାର ସ୍ଥିତ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଜ୍ଞାନ ମିଶନ ଦ୍ୱାରା ବ୍ଲକ ସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ବ୍ଲକର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ଉତୀର୍ଣ୍ଣ ହେବା ସହ ପୁରସ୍କୃତ ହୋଇଛନ୍ତି

ଏହି ପୁରସ୍କାର ବିତରଣ ଉତ୍ସବ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଡ଼ଃ ଅଶୋକ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ କୃତି ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର | ସଂମ୍ନାନିତ ଅତିଥି ଭାବେ ଯଦୁନାଥ ତ୍ରିପାଠୀ | ପଣ୍ଡିତ ରବୀନ୍ଦ୍ର ନାଥ ମିଶ୍ର | ସାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ୍ୟ ଡ଼ଃ ଅଜୟ କୁମାର ମୁଦୁଲି | ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ | ଅଧ୍ୟାପିକା ଭଗବାନ ଦାସ ଯୋଗଦାନ କରିଥିଲେ |କାର୍ଯ୍ୟକର୍ମକୁ ଅଧ୍ୟାପକ ସୁଦର୍ଶନ ନାୟକ ସଂଚାଳନ କରିଥିଲେ |ଏହି ପ୍ରତିଯୋଗିତାରେ ବିଭିନ୍ନ ଦଳରୁ ମୋନାଲିସା ସିଂ,ପ୍ରଦୀପ ହୋତା,ଡେର୍ଚ୍ଚା ହୋତା,ଦିବ୍ୟସିଂ ଦେବପ୍ରିୟା, ବିଶ୍ୱଜିତ ନାୟକ,ଅପରୂପା ରାୟ,ଜୟଶ୍ରୀ ସ୍ୱାଇଁ,ରାହୁଲ ପାଢ଼ୀ,ଜ୍ୟୋତିର୍ମୟୀ ନାୟକ, ବିଶ୍ଵାକାନ୍ତ ପଣ୍ଡା,ପ୍ରିୟଙ୍କା ଦାସ ପ୍ରମୁଖ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବେ ପୁରସ୍କୃତ ହେବାସହ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ଉର୍ଣିତ ହୋଇଥିଲେ |ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏହି କାର୍ଯ୍ୟକର୍ମ ସହଯୋଗ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ ଆପଣଙ୍କ ଖବର






