ଏ.କେ ବ୍ୟୁରୋ : ଜଗତସିଂହପୁର ତା.13.08. 26 ହର ଘର ତୀରଙ୍ଗା କାର୍ଯ୍ୟକ୍ରମ ପ୍ରଫୁଲ ପାଠାଗାର ପକ୍ଷରୁ ମହା ସମାରୋହରେ ସ୍ଥାନୀୟ ପୁରୁଣାଗଡ଼ ବଜ଼ାର ପରିକ୍ରମା କରି ସପନୀ ତୋଟା, ନୂଆଗଡ ଛକ, ଆଶ୍ରମପାଟଣା ଓ ବିଜୁ ପଟ୍ଟନାୟକ କଲେଜ ଛକ ଦେଇ ପାଠାଗାର ପରିସରରରେ ଉଦଯାପିତ ହୋଇଯାଇଛି I

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ଶିବ ପ୍ରସାଦ ମାଝୀ, ବରିଷ୍ଠ ନାଗରିକ ରବୀନ୍ଦ୍ର ନାଥ ତ୍ରିପାଠୀ,ବଂଶୀଧର ଆଚାର୍ଯ୍ୟ, ବିଜୟ କୁମାର ପତି, ବିଭୁତି ଭୂଷଣ ଲେଙ୍କା,ସତ୍ୟବାଦୀ ଦାସ,ରାମ ଚନ୍ଦ୍ର ଆଚାର୍ଯ୍ୟ, ଘନଶ୍ୟାମ କାନୁନଗୋ , ରମେଶ ଚନ୍ଦ୍ର ସାହୁ, ପ୍ରସନ୍ନ କୁମାର ମିଶ୍ର, ସଞ୍ଜୟ କୁମାର ସାମନ୍ତ ସିଂହାର, ଚନ୍ଦ୍ର ଶେଖର ରାୟ , ପ୍ରତାପ କୁମାର ରାଉତରାୟ, ଅଜୟ କୁମାର ପତି ପ୍ରମୁଖ ଯୋଗଦାନ କରିଥିଲେ I ସ୍ଥାନୀୟ ବିଜୁ ପଟ୍ଟନାୟକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ସମେତ ଜନ ସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଲଷ୍ମୀଧର ପ୍ରଧାନ ଓ ପାଠାଗାର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ପରିଚାଳନା କରିଥିଲେ I
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ ଆପଣଙ୍କ ଖବର






