ଏ.କେ ବ୍ୟୁରୋ : ଆଠଗଡ଼, ଆଠଗଡ଼ ଏନଏସି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଫୋରମ୍ ଅଫ୍ ଏକାଡେମିକ୍ସ୍ ଆନୁକୂଲ୍ୟରେ ଆୟୋଜିତ ଶିକ୍ଷା ଜ୍ୟୋତି ସମ୍ମାନ ସମାରୋହ-୨୦୨୬ କୁ ଉଦ୍ଘାଟନ କରିଛନ୍ତି ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଏହି ସମାରୋହ ଉତ୍ତର ପିଢିଙ୍କୁ ପ୍ରୋତ୍ସାହନ ପାଇଁ ଏକ ପ୍ରୟାସ ବୋଲି ପ୍ରକାଶ କରିଛନ୍ତି।

୨ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନ ରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଯଥା ଆଠଗଡ଼ ଏନଏସି,ବ୍ଲକ, ତିଗିରିଆ ଓ ଟାଙ୍ଗୀ-ଚୌଦ୍ଵାର ବ୍ଲକର ୫୫ଟି ବିଦ୍ୟାଳୟ ଓ ୧୭ଟି ମହାବିଦ୍ୟାଳୟର ପ୍ରାୟ ୩ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇ ଏକକ ଓ ସାମୂହିକ ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୁଇଜ୍ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ।କୃତି ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ସମାରୋହ ଦ୍ଵୀତୀୟ ଦିନରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଓ ଅନ୍ୟାନ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏଥି ନିମନ୍ତେ ଅନୁଷ୍ଠିତ ସଭାରେ ଅନୁଷ୍ଠାନ ସଭାପତି ଅବସରପ୍ରାପ୍ତ ପ୍ରଧ୍ୟାପକ ଡଃ ଦାମୋଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ସଂମ୍ପାଦକ ପ୍ରଧ୍ୟାପକ ଡଃ ଶଶୀଭୂଷଣ ମିଶ୍ର, ସଂଯୋଜକ ଅବସରପ୍ରାପ୍ତ ପ୍ରଧ୍ୟାପକ ଡଃ ରାମଚନ୍ଦ୍ର ସାହୁଙ୍କ ସମେତ ସମ୍ମାନୀତ ଅତିଥି ଭାବେ ଆଠଗଡ଼ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ତିଗିରିଆ ବ୍ଲକ ଅଧ୍ୟକ୍ଷା ସଂଧ୍ୟାରାଣୀ ନାୟକ ପ୍ରମୁଖ ଯୋଗଦେଇଥିଲେ। ପୂର୍ବତନ ଏନଏସି ଉପାଧ୍ୟକ୍ଷ ଲଳିତ ମୋହନ ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଛାତ୍ରନେତା ସତ୍ୟ ପ୍ରିୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।






