ଏ.କେ ବ୍ୟୁରୋ : ଋଷିକୁଲ୍ୟାରେ ଏବେ ବି ବିପଦସଙ୍କେତ ଉପରେ ରହିଛି ବନ୍ୟା ଜଳ । ଅନ୍ୟ ନଦୀରେ ସ୍ଥିତିରେ ସୁଧାର ଆସିଛି । ଗଞ୍ଜାମ ରେ ସର୍ବାଧିକ ବର୍ଷା ହୋଇଥିଲା । ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ୧୭.୯୪ ମିଟର ଉଚ୍ଚରେ ପ୍ରବାହିତ ହେଉଛି ବନ୍ୟାଜଳ ।

ଆସନ୍ତାକାଲି ସକାଳ ସୁଦ୍ଧା ବିପଦ ସଂକେତ ତଳକୁ ଖସିବ ବୋଲି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ । ସେହିପରି ସୋରଡ଼ାରେ ୭୮.୪ ମିଟର ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ବଂଶଧାରା ରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ପାଣି । କୌଣସି ମଧ୍ୟମ ଜଳ ଭଣ୍ଡାର ବନ୍ୟା ରୋକିବା ପାଇଁ ନିର୍ମାଣ ହୋଇନାହିଁ । ଏହା ଜଳସେଚନ ପାଇଁ ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଡ୍ୟାମ୍ ରୁ ପାଖାପାଖି ୬୦ ପ୍ରତିଶତ ଜଳ ଖାଲି କରାଯାଇଥିଲା । ଡ୍ୟାମ୍ ରୁ ଛଡା ଯାଇଥିବା ପାଣିରେ ଜଳସ୍ତର ବଢି ନାହିଁ। ଅଧିକ ବର୍ଷା ହୋଇଥିବାରୁ ଜଳସ୍ତର ବଢିଲା ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।






