ଆଠଗଡ଼,୧୦/୮ ଭାରତୀୟ ସ୍ଵାଧୀନତା ସଂଗ୍ରାମର ବୈପ୍ଲବିକ ବାର୍ତ୍ତା ବହନ କରୁଥିବା ଅଗଷ୍ଟ ୯କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଠଗଡ଼ ସହର ରଥଗଡ଼ା ଛକରୁ ଯୁବନେତା ଆଦିତ୍ୟ ପ୍ରତାପ ସ୍ଵାଇଁଙ୍କ ନେତୃତ୍ବରେ ଏକ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଆଠଗଡ଼ ଏନଏସି କାର୍ଯ୍ୟାଳୟ ନିକଟସ୍ଥ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲା।

ପରେ ଆଠଗଡ଼ ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସ୍ତୁତି ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଲଳିତେନ୍ଦୁ ସେନାପତି ମୁଖ୍ୟ ବକ୍ତା ଭାବେ ଯୁଵ ବିଜେଡି ସଭାପତି ବିନୋଦ ମାଝୀ, ଏନଏସି ଛାତ୍ର ବିଜେଡ଼ି ସଭାପତି ମହମ୍ମଦ ଖଲ୍ଲିଦ ତିଗିରିଆ ବ୍ଲକ ଛାତ୍ରନେତା ତୋଫାନୀ ସାମଲ,ଭୋଗରା ସରପଞ୍ଚ ଅଜିତ୍ କୁମାର ଦାସ,ହିମାଶୁଂ ଶେଖର ସ୍ବାଇଁ, ଛାତ୍ର ନେତା ରିଙ୍କୁ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।






