ଏ.କେ ବ୍ୟୁରୋ : ଜମ୍ମୁ କଶ୍ମୀରର ପ୍ରସିଦ୍ଧ ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିରରେ ୫୦୦ କୋଟିରୁ ଅଧିକ ଟଙ୍କାର ନକଲି ରୁପା ଅର୍ପଣ ମାମଲାରେ ଜମ୍ମୁ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭକ୍ତମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କାର ରୁପା ଚଢ଼ା଼ଇବା ନକଲି ଥିଲା ନା ଏହାକୁ ବଦଳାଇ ଦିଆଯାଇଛି ? ଏହି ଘଟଣାକୁ ନେଇ ଏବେ ଜମ୍ମୁ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ବହୁଚର୍ଚ୍ଚିତ ମାମଲାର ଶୁଣାଣି କରି ଜମ୍ମୁର ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ମୁନୀଶ କୁମାର ମନସଙ୍କ ଅଦାଲତ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ସମସ୍ତ ଆବଶ୍ୟକୀୟ ରେକର୍ଡ ସହିତ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ତାରିଖରେ ହେବ ।
ଓକିଲ ଦୀପକ ଶର୍ମାଙ୍କ ଦ୍ବାରା ଦାୟର କରାଯାଇଥିବା ଏକ ଯାଚିକାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଓକିଲ ପ୍ରଥମ ଥର ପାଇଁ ଇନ୍ସପେକ୍ଟର ଅଫ ପୋଲିସ (କ୍ରାଇମବ୍ରାଞ୍ଚ, ଜମ୍ମୁ) ଏବଂ ସିନିଅର ସୁପରିଟେଣ୍ଡେଣ୍ଟ ଅଫ ପୋଲିସ (କ୍ରାଇମବ୍ରାଞ୍ଚ)ଙ୍କ ସମ୍ମୁଖରେ ଏକ ବିସ୍ତୃତ୍ୱ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଶ୍ରୀ ମାତା ବୈଷ୍ଣୋଦେବୀ ଶ୍ରୀଇନରେ ଶ୍ରଦ୍ଧାଳୁଙ୍କ ଦ୍ବାରା ଅର୍ପଣ କରାଯାଇଥିବା ରୁପା ଅର୍ପଣରେ ନକଲି ଜିନିଷ ମିଶାଇବା, ବଦଳାଇବା ମାମଲାରେ ବ୍ୟାପକ ଯାଞ୍ଚ ପାଇଁ ଏଫଆଇଆରରେ ଦାବି ହୋଇଛି ।
ସମସ୍ତ ଅଧିକାରୀ ସବୁ ରିପୋର୍ଟ ସହିତ ଆଗାମୀ ଶୁଣାଣି ସମୟରେ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।






